STORYMIRROR

Sagar Kumar Parida

Inspirational

3  

Sagar Kumar Parida

Inspirational

ଭାରତର ପର୍ବ

ଭାରତର ପର୍ବ

1 min
333

ଧରିତ୍ରୀ ମାତାର କୋଳରେ ଆମ ଭାରତ ମାଆ ।

ଭିନ୍ନ ଭିନ୍ନ ପର୍ବ ପାଳନେ ମୋହେ ସାରା ଦୁନିଆ ।।୧

ବାର ମାସେ ତେର ପରବ ମୋର ଦେଶେ ପାଳିତ ।

ସୂଚାଇ ଦିଅଇ ବିଶ୍ୱକୁ ମୋ ସଂସ୍କୃତି ମହତ ।।୨

ଜାତୀୟ ପର୍ବର ପାଳନେ ଆମ ଭାରତବାସୀ।

ଦେଖାନ୍ତି ବିଶ୍ୱକୁ ଆମ ଦେଶର ଜାତୀୟ ପ୍ରୀତି।।୩

ବସନ୍ତ ପଞ୍ଚମୀ ଦିନରେ ପୂଜା ମା ସରସ୍ବତୀ ।

ବିଦ୍ୟାଦାୟିନୀ ଭଗବତୀ ତାର ପାଦେ ପ୍ରଣତି ।।୪

ଅଂଶୁମାଳୀ ପୂଜା ଭାରତେ ହୁଏ ମକର ଯାତେ ।

ପତଙ୍ଗ ଉଡାଇ ବାଳକେ ଖୁସି ମନାନ୍ତି କେତେ ।।୫

ଚାରି କୁମ୍ଭମେଳା ହୁଅଇ ପବିତ୍ର ଗଙ୍ଗାକୂଳେ ।

ଲକ୍ଷ ଲକ୍ଷ ସାଧୁ ସନ୍ଥଙ୍କ ମେଳି ହୁଏ ସେଠାରେ।।୬

ମହାଶିବରାତ୍ରୀ ଜନମାଷ୍ଟମୀ ରାମନବମୀ ।

ରଥଯାତରା ଶ୍ରୀଗଣେଷ ପୂଜା ଖୁଦୁରୁକୁଣୀ।।୭

ପୋଙ୍ଗଲ ଇଷ୍ଟର ଲୋସାର ଗୋବର୍ଦ୍ଧନ ପୂଜନ ।

ଖ୍ରୀଷ୍ଟମାସ ଇଦ୍-ଉଲ୍-ଜୁହା ଦୀପାବଳୀ ପାଳନ।।୮

ହୋଲି ମହରମ୍ ଦଶରା ରଜ ଓ ଦୀପାବଳୀ।

ପାଳି ଭାରତୀୟ ଦେଖାନ୍ତି ବିଶ୍ୱେ ଏକତା ମେଳୀ ।।୯

ଏ ପର୍ବ ପାଳନ ଦେଖିଣ ସ୍ଵର୍ଗେ ଦେବତା ଗଣ ।

ଇଛନ୍ତି ଭାରତେ ନେବାକୁ ମଣିଷର ଜନମ ।।୧୦

          

          


Rate this content
Log in

Similar oriya poem from Inspirational