STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଭାରତବର୍ଷର ଅମୂଲ୍ୟ ଶିରୀ

ଭାରତବର୍ଷର ଅମୂଲ୍ୟ ଶିରୀ

1 min
120

ଧନ୍ୟ ମୋର ଦେଶ ପୂରୁବ ପୁରୁଷ

ଗଢିଯାଇଛନ୍ତି କୀରତ୍ତିରାଜି

କଳା ସଂସ୍କୃତିର  ସାକ୍ଷ ଦେଉଛନ୍ତି

କୋଣେଅନୁକୋଣେ ନୀରବେ ଆଜି


ମନ୍ଦିର ମସଜିଦ କୋଠାବାଡି ସ୍ତମ୍ଭ

ଗୁମ୍ଫା ଦେହେ ପୂର୍ଣ୍ଣ କଳାଚାତୁରୀ

ଆଚମ୍ବିତ ଭାରି ଦେଖିଲେ ଲାଗଇ

ଭାରତବର୍ଷର ଅମୂଲ୍ୟ ଶିରୀ


ଆଗ୍ରାରେ ନିର୍ମିତ ତାଜମହଲର

ଅନନ୍ୟ ଅପୂର୍ବ କଳାକୌଶଳ

ବିଶ୍ୱ ଦରବାରେ ସୁନାମ ଅର୍ଜିଛି

କାରୀଗରଙ୍କର ଶ୍ରମର ଫଳ


କୋଣାର୍କ ବକ୍ଷରେ ସୂର୍ଯ୍ୟ ମନ୍ଦିରରେ

ଶିଳାରେ ଖୋଦିତ ନାନାଦି ମୂର୍ତ୍ତୀ

ଅନୁପମ ଶୋଭା ଭାରି ମନଲୋଭା

ବହନ କରିଛି ଅତୀତ ସ୍ମୃତି


ଏଲୋରାରେ ସ୍ଥିତ କୈଳାସ ମନ୍ଦିର

ବିଜାପୁର ସ୍ଥାନେ ଗୋଳଜମ୍ବୁଜ

ଅମ୍ଳାନ କୀରତ୍ତି କୁତବ ମିନାର

ଅଦ୍ୱିତୀୟ ସଦା ସେ କାରୁକାର୍ଯ୍ୟ


ସବୁଠୁ ନିଆରା ଲାଲକିଲ୍ଲା କଳା

ଦେଖଣାହାରୀଙ୍କୁ କରେ ଚକିତ

ମିନାକ୍ଷୀ ମନ୍ଦିର କଳାର ସମ୍ଭାର

ପୁରୁଣା ହୋଇବି ଆଜି ଅକ୍ଷତ


ସର୍ବ ପୁରାତନ ଭାରତର ମାନ

ବହନ କରୁଛି ଅଶୋକସ୍ତମ୍ଭ

ଉତ୍କର୍ଷ କଳାର ନିଦର୍ଶନ ରୂପେ

ଭାରତୀୟଙ୍କର ଗର୍ବଗୌରବ


ଯୁଗ ଯୁଗ ଧରି ଭାରତୀୟ କଳା

ଦେଶବାସୀଙ୍କର ମୁଖ୍ୟ ସମ୍ପତ୍ତି

ଅମୂଲ୍ୟ ଅପୂର୍ବ କୀର୍ତ୍ତିରାଜି ବଳେ

ସମୃଦ୍ଧ ହୋଇଛି ଆମ ସଂସ୍କୃତି



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract