Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jayashree Maharana

Tragedy Inspirational

3  

Jayashree Maharana

Tragedy Inspirational

ଭାରତ ନିର୍ମାତା

ଭାରତ ନିର୍ମାତା

1 min
232


ନିରେଖି ଦେଖ ହେ ଭାରତ ନିର୍ମାତା

ହୃଦୟରେ ତା'ର ଅଲିଭା ଚିହ୍ନ

ରକତର ଛିଟା ଆଜି ଅମଳିନ

କ୍ରୁର ବିଦେଶୀର କଷଣ ଦାନ ।


ଅତ୍ୟାଚାରୀଙ୍କର ଶୋଷଣ ଲୁଣ୍ଠନ

ବର୍ବରତା କଥା ଅଛି ଖୋଦିତ 

ବେତର ପାହାର ଗୋଇଠାର ଦାଗ

ନୀରିହ ଶରୀରେ ଅର୍ଜିତ କ୍ଷତ ।


ବନ ଜଙ୍ଗଲରେ ଜୀବନ ଦୁର୍ଦ୍ଦଶା

ବର୍ଚ୍ଛା ତରବାରୀ ଚାଳନା ଦୃଶ୍ୟ

କ୍ଷୁଧା ତୃଷ୍ଣା ଦ୍ୱାରା ଉତ୍ପୀଡିତ ଛବି

ଗୁପ୍ତ ଜୀବନର ମୂଳ ଉଦ୍ଦେଶ୍ୟ ।


ଆଙ୍କିହୋଇଅଛି ଦେହସାରା କେତେ

ସାହସ ବୀରତ୍ୱ ଲଢେଇ ଚିତ୍ର

ବନ୍ଦାପନା କରେ କୂଳବଧୁ କେତେ

ବିଜୟ ଟୀକାରେ ମଥା ଶୋଭିତ ।


ଅନ୍ତର ଚକ୍ଷୁରେ ଦେଖ ଦେଖ ସର୍ବେ

ଫାଶୀ ଖୁଣ୍ଟ ପରେ ସଂଗ୍ରାମୀ ଠିଆ

ନାହିଁ ଅବଶୋଷ ମୁଖେ ତାର ହସ

ଗରବ କରୁଛି ଭାରତ ମାଆ ।


ନୀରବେ କାନକୁ ଡେରି ଶୁଣ ତୁମ୍ଭେ

ଶୁଭୁଛି ଆହ୍ବାନ ତୁଙ୍ଗ ନେତାର

ମାଡି ଆସୁଛନ୍ତି ନୀରିହ ଜନତା

ଜୟ ହିନ୍ଦ୍ ଧ୍ୱନି ତୁଣ୍ଡେ ତାଙ୍କର ।


ବନ୍ଦେ ମାତାରମ୍ ଶୁଭୁଛି ନିଶାର୍ଦ୍ଧେ

ତୋପ ବନ୍ଧୁକର ଗୁରୁ ଗର୍ଜନ

ନିର୍ଦ୍ଦୟ ନିଷ୍ଠୁର ନୀତି ନିୟମରେ

ଜର୍ଜରିତ କୋଟି ଜନତା ପ୍ରାଣ ।


କେତେ ମାଆଙ୍କର ଆକୁଳ କ୍ରନ୍ଦନ

କେତେ ବିଧବାଙ୍କ ଚିତ୍କାର ଧ୍ୱନି

ବାଳୁତ ସନ୍ତାନ ଚକିତେ କହୁଛି

ବାପା କହିଗଲେ ଦିଅ ତ ଆଣି ।


ଏଇ ଦେଖ କୋଳେ ଶୋଇଛି କୁମର

ଉଠିବାକୁ ଆଉ ନାହିଁ ଶକତି

ଜୀବନଟା ଦେଇ ଛଡାଇ ଆଣିଛି

ଆମ ଗଉରବ ଆମ ମୁକତି ।


ମୁକ୍ତିର ଉଲ୍ଲାସ ବନ୍ଦୀ ପଡ଼ିଅଛି

ସ୍ୱାର୍ଥର ଶୃଙ୍ଖଳ ହାତେ ଯାହାର

ନୀରିହ କି ବୁଝେ ସେ ମୁକ୍ତିର ଅର୍ଥ

ବଞ୍ଚିବା କେବଳ ତା ପାଇଁ ସାର ।


 ପୂର୍ବ ଗଉରବ ଲୁପ୍ତ ହୋଇଲାଣି

ସୁପ୍ତ ହୋଇଲାଣି ଆମ ବିଚାର

ଚେତନା ଉନ୍ମୁକ୍ତ କରି ଜାଗି ଉଠ

ଦେଶର ପ୍ରଗତି ହସ୍ତେ ତୁମର ।


ସେହି ପୂର୍ବଜଙ୍କ ଯୋଗ୍ୟ ଦାୟାଦ

ପ୍ରମାଣିତ କରି ଗରବେ କୁହ

ସ୍ୱାଧୀନ ଦେଶର ନିର୍ମାତା ଆମେ

ସ୍ୱାଧୀନତା ଆମ ସଭିଙ୍କ ଧେୟ ।



Rate this content
Log in

Similar oriya poem from Tragedy