STORYMIRROR

Jayashree Maharana

Abstract

2  

Jayashree Maharana

Abstract

ଭାରତ ମାଆ ମୋର

ଭାରତ ମାଆ ମୋର

1 min
305

କାଶ୍ମୀରିଠାରୁ କନ୍ୟାକୁମାରୀ

ଗାଉଛୁ ନାଆଁ ଯା 'ର

ସେନେହମୟୀ କରୁଣାମୟୀ

ଭାରତ ମାଆ ମୋର


ତିନି ପାରୁଶେ ନୀଳ ସାଗର

ଧୁଅନ୍ତି ପାଦ ତା'ର

ମୁକୁଟ ପରି ହିମାଳୟ ରେ

ଶୋଭିତ ମାଆ ଶିର


ଦେହରେ ତା'ର ନଦୀ ଝରଣା

ଝରନ୍ତି ଝର ଝର

ମଧୁର ଜଳ ପରଶି ଦେଇ

କରନ୍ତି ତୃଷ୍ଣା ଦୂର


ଗରଭେ ଖଣି ନାନାଦି ଦ୍ରବ୍ୟ

ରହିଛି ଭରପୂର

ଖୁସି ମନରେ ଆମମାନଙ୍କୁ

ଦେଉଛି ଉପହାର


ସବୁଜ କ୍ଷେତ ଗହଳ ବନ

ଦିଶେ କି ମନୋହର

ଫଳ ଫୁଲରେ ଖେଳି ଉଠିଛି

ସୁଷମା ସରଗର


ଜନମିଛନ୍ତି କୋଳରେ ତା'ର

ଅନେକ ଶୁରବୀର

ଯାହାର ରକ୍ତ ଆମରି ଦେହେ

ବହୁଛି ନିରନ୍ତର


ଆମରେ ସବୁ ଭାରତବାସୀ

ଗୋଟିଏ ପରିବାର

ମାଆର ଟେକ ରଖିବା ପାଇଁ

ହୋଇବା ଅଗ୍ରସର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract