STORYMIRROR

Sagar Kumar Parida

Abstract

2  

Sagar Kumar Parida

Abstract

ଭାରତ ମା

ଭାରତ ମା

1 min
264

ରାଜା ଶାସନରେ ଶାସିତ ଥିଲା ଭାରତ ବର୍ଷ

ବିଦେଶୀ ଆସିଲେ ଲୁଟିବା ପାଇଁ ଆମରି ଦେଶ

ଏକତା ଅଭାବ ଦେଖିଲେ ରାଜ୍ୟ ରାଜ୍ୟ ମଧ୍ୟରେ

ତାହାର ଫାଇଦା ଉଠାଇ ନେଲେ ଶାସନ କରେ

ଗଢିଲେ ଇଷ୍ଟ ଇଣ୍ଡିଆ ନାମେ ଏକ କମ୍ପାନୀ

ଭିନ୍ନ ଭିନ୍ନ କଲେ ଆଇନ ଦେଶେ କଳହ ବୁଣି

ମାତୃଭାଷା ଶିକ୍ଷା ନ ଦେଇ ଦେଲେ ଇରାଂଜୀ ଶିକ୍ଷା

ରସାତଳ ଗାମୀ କରିଲେ ଆମ ଶିକ୍ଷା ବ୍ୟବସ୍ଥା

ଯିଏ ସେ ରୋଧିଲା ତାହାଙ୍କୁ ଦେଲେ ଜେଲ ଦଣ୍ଡ

ଫାଶୀ ଖୁଣ୍ଟେ ଦେଲେ ଝୁଲାଇ ଭାରି ବିଭତ୍ସ କାଣ୍ଡ

ମହାତ୍ମା ମୋହନ ଆସିଲେ ଧରି ଅଂହିସା ଅସ୍ତ୍ର

ପ୍ରୟୋଗେ ସେ ଅସ୍ତ୍ରେ ବିଦେଶୀ ହେଲେ ହତ୍ ଚକିତ୍

ମହାତ୍ମା, ନେହେରୁ ,ବଲ୍ଲଭ ଭାଇ ହୋଇ ଏକତ୍ର

ଲକ୍ଷ ଲକ୍ଷ ଜନ ହୃଦୟେ ଜାଳି ଜାତୀୟ ଦୀପ

ସେ ଦୀପ ତେଜକୁ ବିଦେଶୀ ଆଉ ସହିନପାରି

ଛାଡି ପଳାଇଲେ ଭାରତ ଭୂଇଁ ଜୀବନ ଧରି

ସେହିଦିନୁ ଆମେ ସ୍ୱାଧୀନ ଧରି ଶାସନ ଡୋରି

ନିଜେ ଚଳାଉଛୁ ଦେଶକୁ କରିବୁ ଶକ୍ତିଶାଳୀ

ଭାରତ ମାଆର ଚରଣେ ସର୍ବେ ପ୍ରଣାମ କର

ଘୁଞ୍ଜି ଯାଉ ଦୁଃଖ ଦେଶର ଏହି ପ୍ରାର୍ଥନା ମୋର


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract