STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

ଭାରତ ମା

ଭାରତ ମା

1 min
289

ଅସୁସ୍ଥ ବିଷାଦ ବେଳାରେ

ତମେ ମୋ ପାଖରେ ଠିଆ ହେବା କଥା

ମତେ ଭଲ ଲାଗୁଥିବା କିଛି କଥା କହିପାରିଥାନ୍ତ

ତମେ ବିଶ୍ୱାସଘାତକତାର ଛୁରୀ ଭୂଷି

ମତେ ଆଉ ଟିକେ କ୍ଷତାକ୍ତ କରି

ତୁମେ କୁଆଡେ ଚାଲିଗଲା

ଇଂରାଜମାନେ ଏତେ ଦିନ ଧରି ଶୋଷଣ କରୁଥିଲେ

ମୁଁ ବିଶ୍ବାସ କରୁଥିଲି ମୋର ନିଜର ମାନଙ୍କୁ .......।

ହେଲେ ଗଣତନ୍ତ୍ର ଶବ୍ଦ ମୋ ପିଠିରେ ଲଦି

ସେମାନେ ସମସ୍ତେ ଦେଶକୁ ହରି ଲୁଟ କରିବାରେ ବ୍ୟସ୍ତ।

ମୁଁ ଏମିତି ଶ୍ରୀହୀନ ହେଇ ଅନେଇବସିଥିବି

ଗୋଟିଏ ପରେ ଗୋଟିଏ ବଳାତ୍କାର ଘଟିଚାଲି ଥିବ ?

ନାରୀ କଣ କେବେ ସ୍ବାଧୀନ ହେବନି

ନିଜ ସୁରକ୍ଷା ନିଜେ କରିପାରିବନି।

ଭାରତ ମା ଆଖିରୁ କଣ କେବେ ଲୁହ ଶୁଖିବନି

ମୁଁ ମା ହେଇ କିଛି କରିପାରୁନି

ଗାନ୍ଧୀ ,ଗୋପବନ୍ଧୁଙ୍କ ଦେଶରେ କାହିଁକି ଏତେ ହିଂସା

ପୋଡା ଜଳା ,କାହିଁକି ଏତେ ଅନ୍ୟାୟ,ଅନାଚର ...?

ରାଜନେତା ସ୍ୱାର୍ଥ ଯଜ୍ଞରେ

ସାଧାରଣ ଜନତା ର ସୁଖ ବଳି ପଡେ।

ସତ୍ୟ ନୁହେଁ ଅସତ୍ୟର ଜୟ ନୁହେଁ

ଧର୍ମ ନୁହେଁ ଅଧର୍ମର ଜୟ ହୁଏ।

ଭାରତ ମା ସେଇ ଦିନ ହସିବ

ଯେଉଁଦିନ ସବୁ ଧର୍ମ ସମାନ ଭାବେ ଚଳୁଥିବେ।

ଧନୀ ଗରିବର ଭେଦ ନଥିବ।

ନାରୀ ଓ ପୁରୁଷଙ୍କୁ ମିଳିବ ସମ ଅଧିକାର।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational