STORYMIRROR

Pratima Satpathy

Tragedy

4  

Pratima Satpathy

Tragedy

ଭାରତ ଛାଡ ଆନ୍ଦୋଳନ

ଭାରତ ଛାଡ ଆନ୍ଦୋଳନ

1 min
14

ପ୍ରତିମା ଶତପଥି,, ଜିଲ୍ଲା,, ଯାଜପୁର 

କବିତା ଶୀର୍ଷକ,, ଭାରତ ଛାଡ ଆନ୍ଦୋଳନ।

ଉଣେଇଶିଶହ ବୟାଳିଶି ସାଲ 

    ଅଗଷ୍ଟ ନଅ ତାରିଖ 

ଏ ଦିନ ଭାରତ ଛାଡ ଆନ୍ଦୋଳନ

   ପାଇଥିଲା ରୁପ ରେଖ ।

ଲବଣ ସତ୍ୟାଗ୍ରହ ଆନ୍ଦୋଳନ ଯେ 

    ବିଶ୍ୱରେ ଚହଳ ପଡ଼ି 

ମହାତ୍ମା ଗାନ୍ଧୀ, ରାଜ ଗୋପାଲଚାରୀ 

    ଓ ୟୁସୁଫ ମେହେରାଲି।

ଲାଲ ବାଲ ପାଲ ତ୍ରିଶକ୍ତି ଏକାଠି 

    ନେତାଜୀ ସୁଭାଷ ବୋଷ 

ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଓ 

    ଶ୍ରୀ ମଧୁସୁଦନଦାସ।

ଜବାହରଲାଲ ନେହେରୁଙ୍କ ସହ

   ହରେକୃଷ୍ଣ ମହତାବ 

ମାଳତୀ ଚୌଧୁରୀ, ରମାଦେବୀ ପୁଣି 

    ରାଜା କୃଷ୍ଣଚନ୍ଦ୍ର ଦେବ।

ଲାଠି ମାଡ ଖାଇ, ଜେଲ୍ ଯାଇଥିଲେ 

    ସ୍ବାଧିନ ଭାରତ ଲକ୍ଷ୍ୟ 

ଜୟୀ ରାଜଗୁରୁ, ରଘୁ ଦିବାକର 

      ସହ ଲକ୍ଷ୍ମଣ ନାୟକ ।

ସହିଦ୍ ଭଗତ ସିଂହ, ଉଦ୍ଦାମ ସିଂ 

     ଆବର ବାଜି ରାଉତ 

ଛୋଟ ବେଳୁ ସ୍ଵାଧୀନତା ସଂଗ୍ରାମରେ 

     ହୋଇ ଯାଇଥିଲେ ରତ।

ଅମର ଶହୀଦ ହୋଇ ପ୍ରାଣବଳି 

     ଦେଶ ପାଇଁ ଦେଇଥିଲେ 

କ୍ରାନ୍ତି ଦିବସରେ ଭୂମିଷ୍ଠ ପ୍ରଣାମ 

    ତାଙ୍କ ପାଦ ପଦ୍ମ ତଳେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy