STORYMIRROR

Sushantkumar Pradhan

Comedy

3  

Sushantkumar Pradhan

Comedy

ଭାରିଯା ଦେବୀ-ଜୟ ହୋ

ଭାରିଯା ଦେବୀ-ଜୟ ହୋ

1 min
13.3K


ଖରାପ ଭାବିବେନି : ବ୍ୟଙ୍ଗ କବିତା 

ଭାର୍ଯ୍ୟା ଦେବୀ : ଜୟ ହୋ 

:: :: :: :: :: :: :: :: ::

ଜୟ ଜୟ ମହାମାୟୀ 

           ପତ୍ନୀ ମହାରାଣୀ 

ବଖାଣିବାକୁ କେ ନାହିଁ

           ତୁମର କାହାଣୀ ।।

କୃପାବଳେ ଗୃହମଧ୍ୟେ 

            ଚାଲେ ରୀତି ନୀତି 

ଶାନ୍ତି ରକ୍ଷା ହୁଏ ଯଦି 

           ଶାନ୍ତ ଥାଏ ମତି ।।

ପ୍ରତି ମୁହୂର୍ତ୍ତରେ ଚାଲେ 

           ତୁମରି ହୁକୁମ 

ତୁମ ଛାୟା ତଳେ ଦେବୀ 

            ଶୀତଳେ ଉଷୁମ ।।

ତୁମ ଅନୁପସ୍ଥିତିରେ 

            ଷଣ୍ଢ କରାମତି 

ତୁମେ ଥିଲେ ଗୃହମଧ୍ୟେ 

            ମୁଣ୍ଡ ଥା'ନ୍ତି ପାତି।।

ଉଗ୍ର ଋପେ ବଇଶାଖୀ

            ବର୍ଷାରେ ମୌସୁମୀ 

ସେଥିପାଇଁ ଘରେ ପତି

            ପତ୍ନୀ ଅନୁଗାମୀ ।।

ତୁମ ବାହୁ ଛାୟା ଅଟେ 

             ସବୁଠାରୁ ବଡ 

ନେତା ମନ୍ତ୍ରୀ ଚପରାଶୀ 

           ହୋଇଥା'ନ୍ତି ଜଡ ।।

ଉଗ୍ରଋପେ ଦୂର୍ଗା ଦେବୀ 

             କେବେ ମହାକାଳୀ 

କେତେ ବେଳେ କେଉଁ ରୂପ 

            ନ ପାରେ କେ କଳି ।।

 ତୁମ ଓଠେ ଥିଲେ ଟିକେ 

            ମୃଦୁ ସ୍ମିତ ହାସ

ଶାନ୍ତିରେ ନିଶ୍ଚୟ ସ୍ୱାମୀ 

            ମାରିବେ ନିଶ୍ୱାସ ।।

ଓଠେ ହସ ଥିଲେ ରାଗ 

            ସରମୀର ଲତା 

ଅଭିମାନୀ ହୁଅ କେବେ 

           ଲାଗ ଟିକେ ମିଠା ।।

ତୁମ ଆଜ୍ଞା ବିନା କେବେ 

            ନ ହେଲେ ପତର 

ଛତ୍ର ଛାୟା ତଳେ ଚାଲେ 

            ସୁନାର ସଂସାର ।।

କେବେ କଟୁ କେବେ ମଧୁ

             ବଚନ ଭାସୁଛ

ନିଜ ବୋଲକରା କରି 

            ସ୍ୱାମୀଙ୍କୁ ରଖୁଛ ।।

ପଣତ ଉହାଡ ତଳେ 

            ଚଳାଅ ସଂସାର

ବିଶ୍ୱ ଦରବାର ମଧ୍ୟେ

        ଅଟେ ବଳୀୟାର ।।

ବାପ ଘର କଥା ଯଦି 

         କିଏ କହିଦେବ 

ଚଉଦ ପୁରୁଷ ତାର 

         ନିଶ୍ଚେ ଉଦ୍ଧାରିବ । 

ବଜାରକୁ ଯାଅ ଯେବେ 

          ବେଶଭୂଷା ବେଶୀ 

କିଣିବାରେ ନୁହେଁ ମନ 

        ଦେଖିବାରେ ଖୁସି ।।

ପତିମାନେ ଛୁଆ ଧରି 

        ପଛେ ପଛେ ଯା'ନ୍ତି 

ମନେ ମନେ ଗୁରୁ ଗୁରୁ 

         ଖାଲି ହୋଇଥା'ନ୍ତି ।।

ଧରାବକ୍ଷେ ଅଟେ ତୁମେ 

         ସବୁଠୁ ମହାନ 

ଯୁଗେ ଯୁଗେ ରହିଥାଉ 

         ତୁମ ଯଶମାନ ।।

ସୁଶାନ୍ତ ପ୍ରଧାନ 

ବଂଧହୁଡା ନରସିଂହପୁର 

କଟକ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy