STORYMIRROR

Sudruma Panda

Romance

3  

Sudruma Panda

Romance

ଭାରି ମନେ ପଡ

ଭାରି ମନେ ପଡ

1 min
168

ବସନ୍ତ ଆସିଲେ ସାଥୀ ଭାରି ମନେ ପଡ,

ତୁମ ବାଟ ଚାହିଁ ଖାଲି ଲେଉଟାଏ କଡ ।।

ପୂର୍ବ ସ୍ମୃତି ରହି ରହି ଲଗାଏ ଅନଳ,

ବିରହ ଜ୍ୱାଳା ହୁଅଇ ହୃଦୟେ ପ୍ରବଳ ।।


ଏଇମିତି ମଧୁ ମାସେ ମଧୁ ମଲ୍ଲୀ ଝରା,

ଖୋସି ଥିଲ ମୋ ଖୋସାରେ ହୋଇ ଆତ୍ମହରା ।।

ଆଙ୍କିଥିଲ ମୋ ଗଣ୍ଡରେ ପ୍ରୀତି ର ଚୁମ୍ବନ,

ଗାଢ଼ ଆଶ୍ଳେଷରେ ଦେଇଥିଲ ଆଲିଙ୍ଗନ ।।


ଓଠର କମ୍ପନ ମାନୁ ନଥିଲା ବାରଣ,

ପ୍ରୀତି ସୁଧା ପାନେ ହେଉ ଥିଲା ଛନ୍ନ ଛନ୍ନ ।।

ଧୀରେ ଆସି ତୁମେ ମୋତେ କର ଯେବେ ସ୍ବର୍ଶ,

ଅଜାଣତେ ତନୁ ମନ ହୁଅଇ ଅବସ ।।


ସତେ କି ଆସିବ ସାଥୀ ଲେଉଟି ସେ ବେଳ,

ତୁମ ବାହୁ ବନ୍ଧନ ରେ କଟିବ ମୋ କାଳ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance