STORYMIRROR

SUJATA DAS

Romance

3  

SUJATA DAS

Romance

ଭାରି ଇଛା ହୁଏ

ଭାରି ଇଛା ହୁଏ

1 min
208

ଭାରି ଇଚ୍ଛା ହୁଏ  

 ଫୁଲଟିଏ ହୋଇ

   ଫୁଟନ୍ତି ହୃଦୟେ ତୁମ

ବାସନା ବିତରୀ

   ମହକି ଯାଆନ୍ତି

     ପ୍ରୀତି ଭରି ରାତି ଦିନ.

ଭାରି ଇଚ୍ଛା ହୁଏ

  କବିତାଟେ ହୋଇ

   ଝରନ୍ତି ଲେଖନୀ ମୁନୁ

ଭାବ ସରୋବରେ

  ଉପମା ଅଳଙ୍କାରେ

     ଝୁମନ୍ତି ମୁଁ ରୁମୁ ଝୁମୁ.

ଭାରି ଇଚ୍ଛା ହୁଏ

   ହସଟିଏ ହୋଇ

     ଝରନ୍ତି ଅଧରୁ ତୁମ

ଅମୃତ ପୀୟୂଷ

   ଅଦ୍ଭୁତ ପରଶ

     ଝରୁଥାନ୍ତା ପ୍ରତିକ୍ଷଣ.

ଭାରି ଇଚ୍ଛା ହୁଏ

  ସପନଟେ ହୋଇ

     ନୟନେ ଯାଆନ୍ତି ବସି

ଗୁପ୍ତ ଅଭିଳାଷ

   ଅଶାନ୍ତ ଅଭିପ୍ସା

...    ପ୍ରକାଶନ୍ତି ରାଶି ରାଶି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance