ଭାରି ଚାଲାକ ସୁନି ଆମର
ଭାରି ଚାଲାକ ସୁନି ଆମର
ଶିକ୍ଷକ ଦିନେ ପଢିବା ବେଳେ
କହିଲେ ପିଲେ ଶୁଣ
ଟଙ୍କା ସଞ୍ଚିଲେ ବିପଦ ବେଳେ
କାମରେ ଆସେ ଜାଣ ।
ଟିକେ ଚଗଲା ନାମ ବାବୁଲା
ଝଅଟ ଠିଆ ହୋଇ
ବୁଝାଇ ଟିକେ କୁହନ୍ତୁ ଭଲା
କହିଲା ହସି ଦେଇ ।
ଗୁରୁଜୀ ଟିକେ ନୀରବ ରହି
ଆରମ୍ଭ କଲେ ଗପ
ଭାରି ଚାଲାକ ସୁନି ଆମର
ବୟସ ତା'ର ଅଳ୍ପ ।
ସଭିଏଁ ତାକୁ ଆଦର କରି
ଦିଅନ୍ତି କିଛି ଟଙ୍କା
ଘଡିରେ ସିଏ ସାଇତି ରଖେ
ପାଇ ବୋଉର ଶିକ୍ଷା ।
ବାପାଙ୍କ ଦେହ ଖରାପ ହେଲା
ପାରିଲେ ନାହିଁ ଚାଲି
ଡାକ୍ତରଖାନା ଯିବା ପାଇଁକି
ହୋଇଲେ ଖାଲି ଭାଳି ।
ନଥିଲା ପାଶେ ଟଙ୍କା ଜମାରୁ
କେମିତି ଯିବେ ସିଏ
ଶୁଣିକି ସୁନି ଘଡିକୁ ତା'ର
ବୋଉକୁ ନେଇ ଦିଏ ।
ସଞ୍ଚୟ କରି ରଖିଚି ଟଙ୍କା
ଘଡିରେ ଯାହା ମୋର
ଔଷଧ କିଣି ଆଣିବା ଆମେ
ରୋଗ ହୋଇବ ଦୂର ।
ବୁଝିଲେ ପିଲେ ସଞ୍ଚୟ ମୂଲ
ଖୁସିରେ ତାଳି ମାରି
ଆଜିଠୁ ଆମେ ସଞ୍ଚିବୁ ଟଙ୍କା
କହିଲେ ହୋଇ ମେଳି ।
