STORYMIRROR

pranati Mahapatra

Abstract

2  

pranati Mahapatra

Abstract

ଭାରି ଭଲ ଲାଗେ

ଭାରି ଭଲ ଲାଗେ

1 min
3.0K

ଭାରି ଭଲ ଲାଗେ ଏହି ଋତୁ ମୋତେ

ଘୋଡିଘାଡି ହୋଇ ଶୋଇବାକୁ,

ପଶମ ପୋଷାକ ରେଶମୀ ଚାଦର

ଥାଏ ସୁରକ୍ଷା କବଚ ଦେହକୁ

ନିଆରା ସକାଳ ଏ ଶୀତ ଋତୁରେ

ବିଛଣା ଛାଡ଼ିବାକୁ ମନ ନ କରେ

ବଡିଭୋରୁ ଧୂଆଁଳିଆ କୁହୁଡ଼ି ତ କାକରର ଟୋପା ଟୋପା ଜଳରାଶି,

ସୂର୍ଯ୍ୟରେଣୁ ସ୍ପର୍ଶେ ଦିଶେ ଶ୍ୟାମ ଦୁର୍ବା ଦଳ ପରେ ମୁକ୍ତା ଯେସନେ ଥାଏ ଝଲସି

ଚତୁର୍ଦ୍ଦିଗ ଅପରୂପ ଶୋଭାମୟ

ସୁନେଲି କ୍ଷେତ ସମ୍ଭାର,

ବାଡିବଗିଚା ହସେ ନାନା ଫୁଲ ଫଳ

ସାଥେ ସାଗ ପନିପରିବାର

ଶୀତ ସକାଳରେ ମାଆ ତାଗିଦାରେ

ବିଛଣାକୁ ଛାଡ଼ି କଷ୍ଟରେ ଉଠି,

ଦାଣ୍ଡରେ ଧୂନିଜଳାର ମୋହକୁ ନ

 ଏଡାଇ ନିଆଁ ପାଖେ ଧାଏଁ ଝପଟି

ମାଆ ପୋଡିଥାଏ ଖୁଦବିରି ଦେଇ

କଦଳୀପତ୍ରରେ ରାତିରେ ଯେ ପୋଡପିଠା,

ନିମ୍ବ ଦାନ୍ତକାଠି ଢିଅ ମାରି ଦେଇ

ବସେ ଖାଇବାକୁ ସେଇଟା

ଦଦେଇ ଜେଠେଇ ପଖାଳ ଖାଆନ୍ତି

ସାରୁଆଳୁ ପୋଡା ଧନିଆ ଚଟଣୀ,

କଞ୍ଚାଲଙ୍କା ରସୁଣ ବାସ୍ନାରେ ଲାଗେ

ଲାଳ ମୋର ବୋହି ପଡିଲାଣି

ନୂଆବୋହୁ ମୋର କାଖରେ କଳସୀ

ଧରି ଚାଲେ ନଦୀ କୂଳ,

କାଶିଆ କପିଳା ବଳଦକୁ ଯୋଚି କ୍ଷେତେ ଚାଷୀଭାଇ କରେ ହଳ

ସୂରୁଜ ବୁଣଇ ନାଳିଆ ମୂରୁଜ 

ଦେଖି ହସେ ସୂର୍ଯ୍ୟମୁଖୀ ଜିନିଆଁ,

ସୁଲୁସୁଲୁ ବାଆ ଦିହକୁ ଥରାଏ

ରାମୁଲୁ ସ୍କୁଲ ଯିବାକୁ ହୁଏ ଛାନିଆଁ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract