STORYMIRROR

Chinmaya Kumar Nayak

Abstract Inspirational

4  

Chinmaya Kumar Nayak

Abstract Inspirational

ଭାରି ବାଧେ

ଭାରି ବାଧେ

1 min
159


ଆଖି ଆଗରେ 

ତୁମେ ଯେତେବେଳେ ସରିଯାଅ

କେଉଁ ଏକ ବିଭୋର ମୁହୂର୍ତ୍ତ ବେଳେ

ଭାରି ବାଧେ। 


ଝଡ଼ର ବିତ୍ପାତ ବେଳେ

ତୁମେ ଯେବେ ଚାଲୁଥାଅ ତୁମ ନିର୍ଦ୍ଦିଷ୍ଟ ଗତିରେ

କେମିତି ଏକ ଅଚିହ୍ନା ଯାତ୍ରୀଟିଏ ପରି

ସବୁ ଜାଣି ବି ଅବୁଝା ରହିବାର ତୁମ ଅଭିନୟ

ଯେତେବେଳେ ଧରା ପଡ଼ିଯାଏ

ସେ ଅସରା ଦୁଃଖର ଦହଗଞ୍ଜ ବେଳେ

ଭାରି ବାଧେ। 


ତୁମେ ହାତରେ ଥାଇ ବି ନଥାଅ

କିନ୍ତୁ ବେଶ ଆପଣାର ପରି

ଚାଲୁଥାଅ ସାଥିରେ

କିନ୍ତୁ ଭବିଷ୍ୟତର ନିଆଁକୁ ଲୁଚେଇ ରଖି

ହସିଦିଅ ଯେବେ ସବୁକିଛି ଜଳିଗଲା ପରେ

ଭାରି ବାଧେ। 


ଅନେକ ଥର ଫିଙ୍ଗି ଦେଇଛ

ମୋ ସଯତ୍ନ ସାଇତା ବର୍ତ୍ତମାନକୁ

ଅତୀତର ଅଳିଆଗଦାରେ

ଆଉ ଧରେଇ ଦେଇଛ

ଅନେକ ଅଧାଗଢ଼ା ଭବିଷ୍ୟତକୁ

ଅଠାଦେଇ ଯୋଡ଼ିବାକୁ ମୋ ଅକ୍ଷମ ହାତରେ

ତୁମେ କିନ୍ତୁ ନଜାଣିଲା ପରି ସେମିତି ଚାଲୁଥାଅ

ସେତେବେଳେ ଭାରି ବାଧେ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract