STORYMIRROR

Chittaranjan Nanda

Tragedy

3  

Chittaranjan Nanda

Tragedy

ଭାଙ୍ଗୁଛି ସପନ

ଭାଙ୍ଗୁଛି ସପନ

1 min
127

ନାରୀଟିଏ ଜନମ ନିଏ ମନେ ତାର ଥାଏ

କେତେ ସପନ  

ସେ ଶୁଣିଛି ଝିଅ ଜନ୍ମ ପର ଘରକୁ 

ବହୁ କଳ୍ପନାରେ ଥାଏ ମନ। ।1।


ବାହାଘର ହେଲା ଓଠରେ ତାହାର ଭରି

ଥାଏ ହସ ଆନନ୍ଦର ଜୋଛନା  

ନୂଆ ନୂଆ ବୟସର ନୂଆ ବୋହୂଟିଏ

ମନେଥାଏ ବହୁ ଉନ୍ମାଦନା ।2।


ନୂଆ ପଥଧାରେ ନୂଆ ଚାଲୁଥାଏ 

ଚାହୁଁଥାଏ ସେନେହ ଶ୍ରଦ୍ଧା 

ନୂଆ ଗାଧୁଆ ତୁଠ ନୂଆ ଶାଶୁ ଘର

ନୂଆ ନିୟମରେ ଥାଏ ବନ୍ଧା ।3।


ସିଏ କି ବୁଝିଛି ଏଇ ପିତୃକୈନ୍ଦ୍ରିକ 

ସମାଜର ଘୃଣ୍ୟ ଗୁଣ ସମୂହକୁ 

ଯ‌ଉତୁକ ପୀପାସୁ ମଣିଷର ବାସ୍ନା ଭାଙ୍ଗି 

ଦିଏ ତା ନୂଆ ସକାଳ ସନ୍ଧ୍ୟାକୁ ।4।


ନୂଆ ଶାଶୁ ଓ ଶଶୁର ନୂଆ ଓଢଣୀ 

ତଳେ ନୂଆ ଅଙ୍କାଯାଇ ଥିବା ସପନ

ସମାଜର ତାଡ଼ନାରେ କେତେ ବୋହୁ- 

ମାନଙ୍କର ଭାଙ୍ଗୁଛି ସୁଖର ସ୍ୱପ୍ନ ।5।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy