STORYMIRROR

Krushnapriya Mohapatra

Tragedy Others

3  

Krushnapriya Mohapatra

Tragedy Others

ଭାଙ୍ଗି ଯାଇଥିବା ମନ

ଭାଙ୍ଗି ଯାଇଥିବା ମନ

1 min
11.8K

ଭାଙ୍ଗି ଯାଇଥିବା ମନକୁ ଯୋଡୁଛ

ମିଠା ମିଠା କଥା କହି।

ଗଣ୍ଠି ପକା ଡୋରି, ଲଥା ପକା ଲୁଗା

ଅଳପ ଦିନଟି ଯାଇ।


ମନ ଭାଙ୍ଗି ଦେଲ, ଧନ ନାହିଁ କହି,

ଚିହ୍ନି ପାରିଲନି ଅନ୍ତରକେବେ ।

ତୁମ ପାଇଁ ବଡ ସମ୍ପତି ଜାଣିଛି,

ସ୍ଵାର୍ଥ ପାଇଁ ଲୋଡ଼ା ପଡ଼ିଛି ଏବେ।


ତୁମ ଠାରୁ ଟିକେ ସ୍ନେହ ପାଇବାକୁ

ତ୍ୟାଗ କରି ଥିଲି ନିଜର ସୁଖ

ପର ପର କହି ଦୂର କରିଥିଲ

ଏବେମିଠା କଥା ଲାଗୁଛି ବିଷ।


ଜଳ ବିନା ଜୀବ ଚାଲିଗଲା ପରେ

ମୁଖେ ଦେଉଅଛ ଅମୃତ ଢାଳି,

ସେ ଅମୃତ ମୋତେ ଅମର କରିଲେ

ତୁମ କଥାରେ ମୁଁ ନାଚିଵି ବୋଲି।


ତୁମ ଇଷାରା ରେ ନଚେଇଲ ମୋତେ

ପ୍ରତିବାଦ କଲିନାହିଁ ତ କେବେ

ସମ୍ପର୍କ କୁ ଭାଙ୍ଗି, ଜାଣିନାହିଁ ବୋଲି

ଲୁହ ପିଉଥିଲି ମୁଁ ନିରବରେ।।

        


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy