STORYMIRROR

Prafulla Chandra Mishra

Tragedy Classics

4  

Prafulla Chandra Mishra

Tragedy Classics

ଭାଲଚନ୍ଦ୍ର

ଭାଲଚନ୍ଦ୍ର

2 mins
262

                           

             

• ଏ ତ ପ୍ରାଚୀନ ପୁରାଣ କଥା ,  ଗଜାନନଙ୍କର ଭାଲଚନ୍ଦ୍ର ନାମ

• ହେଲା ସେହିଦିନୁ ଲେଖା , ଅତିବ ଗହନ ଗାଥା

• ଶୁଣିଲେ ପଢ଼ିଲେ ଏହି ବ୍ରତ କଲେ

• ଧନ,ଜନ,ଗୋପ, ଲକ୍ଷ୍ମୀ ପ୍ରାପ୍ତ ହୁଏ , ଏକଥା ନୁହେଁ ଅନ୍ୟଥା ।।

• ଦିନେ , ବ୍ରହ୍ମଲୋକୁ ବ୍ରହ୍ମ ଦେବ , ପଶୁପତିନାଥ ଦର୍ଶନା ଭିଳାସେ

• ମନେବହି ଭକ୍ତି ଭାବ , ହୋଇଲେ ଆସି ସମ୍ଭବ

• ଏକାଳେ ସେକାଳେ ଦୁଇ ପୁତ୍ର ଘେନି

• କୈଳାଶ କାନନେ ଭ୍ରମଣ କରନ୍ତି , ଦେବ ଦେବ ମହାଦେବ ।।

• ଦେଖି , ସ୍ଵୟମ୍ଭୁଙ୍କୁ ଶିବସମ୍ଭୁ , ଆନନ୍ଦେ ସଧୀରେ ପାଛୋଟି ପୁଚ୍ଛନ୍ତି

• ବ୍ରହ୍ମଲୋକ କଥା ସବୁ , କୁହ ପିତାମହ ବିଭୁ

• କୁହନ୍ତି ବିରଞ୍ଚି ଶୁଣ ହେ ଧୁର୍ଜ୍ଜଟି

• ତବ ଦରଶନ ଏକାନ୍ତ କାମନା , ଏହି ଆଶେ ଆସିଅଛୁ ।।

• ବିହି , ଆଣିଥିଲେ ଏକ ଫଳ , କୃତିବାସଙ୍କୁ ସେ ଫଳ ସମର୍ପିଲେ

• ଗ୍ରହଣ କରି ଈଶ୍ଵର , କାହାକୁ ଦେବେ ଏ ଫଳ

• ପୁତ୍ର ଦ୍ବୟ ପରା ସଙ୍ଗରେ ଅଛନ୍ତି

• ମନେ ଭାଳି ଦ୍ଵନ୍ଦେ ଚିନ୍ତାରେ ଅଧୀର , ହୋଇଗଲେ ଗଙ୍ଗାଧର ।।

• ଧାତା , ବୁଝିଲେ ଈଶ୍ଵର ମନ , କାର୍ତ୍ତିକେୟଙ୍କୁ ଏ ଫଳଟି ଦିଅନ୍ତୁ

• କହି ହୋଇଲେ ମଉନ , କାର୍ତ୍ତିକେୟ ହୃଷ୍ଟ ମନ

• ଗଜାନନ କିନ୍ତୁ ରାଗେ ରୋଷ ବହି

• ଧାତା ଦେଲେ ଏତେବଡ ଅପମାନ , ଅସହ୍ୟ ହୁଅଇ ମନ ।।

• ଏତ , ନିଜେ ବିଘ୍ନ ବିନାଶକ , ଘୋର ରୂପ ଧରି ପିତାମହଙ୍କର

• ସର୍ବ କର୍ମେ କଲେ ବିଘ୍ନ , ଏବେଳରେ ଦିନେ ଜହ୍ନ

• ଲୋକେଶ ଭୂବନେ ଲମ୍ବୋଦରଙ୍କର

• ବିକଟ ଏ ରୂପ କରି ଦରଶନ , ହସିଲେ ତାତ୍ସଲ୍ୟେ ଜାଣ ।।

• ରାଗେ , ଜର ଜର ଗୈାରୀ ପୁତ୍ର , ନିଶାପତିଙ୍କୁ ଯେ ଅଭିଶାପ ଦେଲେ

• ବିରୂପ ହେଉ ତୋ ରୂପ , ଘେନ ମୋର ଅଭିଶାପ

• ସୁନ୍ଦର ପଣକୁ ବଡେଇ କରୁଛୁ

• ମୋ ରୂପକୁ କରୁଅଛୁରେ ବିଦ୍ରୁପ , ଭାଙ୍ଗିଯାଉ ତୋର ଗର୍ବ ।।

• ଚନ୍ଦ୍ର , ରୂପ ହୋଇଲା ମଳିନ , ସର୍ବ ଦେବତାଙ୍କୁ ଗୁହାରି କରିଲେ

• ନିଜ କରିଥିବା କର୍ମ , ଦୁଃଖେ ଚନ୍ଦ୍ର ମ୍ରିୟମାଣ

• ସର୍ବ ଦେବ ମିଳି ଦୈମାତୁରଙ୍କର

• ଷୋଡ଼ଶପୋଚାରେ କରି ବନ୍ଦନ , ତୁଷ୍ଟ କଲେ ଗଜାନନ ।।

• ହୃଷ୍ଟ , ମନରେ ଯେ ବିନାୟକ , ଅଭିଶାପୁ ମୁକ୍ତ କରିଲେ ଚନ୍ଦ୍ରଙ୍କୁ

• ରହିଲା ଏକ କଳଂକ , ଗଣେଶ ଚତୁର୍ଥୀ ଦିନ

• ଚନ୍ଦ୍ର ଦରଶନ କଲେ ନର,ନାରୀ

• ଲଭିବେ ଅନେକ ଅସହ୍ୟ ଦୁଃଖ , ମାନିନେଲେ ତା ମୃଗାଙ୍କ ।।

• ନେଇ , ସୁଧାଂଶୁଙ୍କ ଏକ ଅଂଶ , ମସ୍ତକେ ଖଞ୍ଜିଲେ ପ୍ରଭୁ ଗଣାଧିପ

• ନାମ ହେଲା ଭାଲଚନ୍ଦ୍ର , ପୁରାଣ କଥାରେ ଗୀତ

• ରଚିଲା ପ୍ରଫୁଲ୍ଲ ତବ ପଦ ତଳେ

• ସଦା କାଳେ କାଳେ ହୋଇ ସମର୍ପିତ , ବନ୍ଦନା କରଇ ନିତ୍ୟ ।।


Rate this content
Log in

Similar oriya poem from Tragedy