Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Tarun kumar Mishra

Inspirational

4  

Tarun kumar Mishra

Inspirational

ଭାଇଚାରା

ଭାଇଚାରା

1 min
395



ଭାଇଚାରା ଗୋଟେ ଏମିତି ଗୁଣ ଯେ

ବଜାରରେ ମିଳେ ନାହିଁ।

ପରଷ୍ପର ପ୍ରତି ସହାନୁଭୂତିରେ

ସେହି ଗୁଣ ଥାଏ ରହି ।


ଦେଖିବା ପାଇଁକି ଚାହୁଁଛ ଯଦିରେ

କଟକକୁ ଆସ ଥରେ ,

କି ପିଲା କି ବୁଢା କି ପୁରୁଷ ସ୍ତ୍ରୀ

ସଭିଏଁ ବନ୍ଧା ଏ ଡୋରେ ।


ସାହାଯ୍ଯ ର ହାତ ଆପେ ବଢିଯାଏ

ଚିହ୍ନା ଅଚିହ୍ନା ମାନେନି ,

ଧର୍ମ ଭାଷା ଅବା ଜାତି ଗୋତ୍ର କିଛି

ଆବଶ୍ଯକ ପଡେ ନାହିଁ ।


ସବୁରି ମନରେ ଗୋଟିଏ ଭାବନା

ଆମେ ମଣିଷ ଅଟୁରେ ,

ଆମରି ଭିତରୁ ଯାର ଯା ଦର୍କାର

ଆମେ ଯୋଗାଇବୁ ତା'ରେ ।


ମାଆ ଆସୁଛନ୍ତି ଏଇ ପାରବଣେ

ସଭିଏଁ ସେ ପାଇଁ ବ୍ଯସ୍ତ ,

ଡକା ହକା ନାହିଁ ସ୍ବତଃପ୍ରବୃତ୍ତରେ

ସମସ୍ତେ ଏଥେ ଏକତ୍ର ।


ଯାଇଥିଲି କାଲି କାମରେ କଟକ

ଗଳି ଗଳିରେ ଦେଖିଲି ,

ସବୁରି ମୁହଁରେ ଗୋଟିଏ କଥା ଯେ

ମାଆ ଆସୁଛନ୍ତି ବୋଲି ।


ଖାଲି ପାରବଣେ ନୁହଁଇ ରେ ଧନ

କଟକରେ ବାରମାସୀ ,

ଭାବ ଦିଆନିଆ ପ୍ରତି ଘରେ ଘରେ

ଭାଇଚାରା ଏଥେ ଅଛି ।


ଜଣକ ବିପଦେ ପାଞ୍ଚ ଜଣ ଏଥେ

ଆପେ ହୋଇଯିବେ ଠିଆ ,

ମାନବିକତାର ପରଶ ଏଠାରେ

କରେ ସଭିଙ୍କୁ କିମିଆଁ ।


ଭୁବନେଶ୍ବରରେ ଏ ଘରର ଲୋକ

ସେ ଘରକୁ ଜାଣେ ନାହିଁ ,

ଲୋକ ନାଆଁ ଏଥେ କେହି ବୁଝନ୍ତିନି

ପ୍ଲଅଟ ଚିହ୍ନାଏ ଜାଣି ।


ପ୍ଲଅଟ ଲେଏନ ସାମନା ପଛୁଆ

ହୁଏ ଚିହ୍ନିବାର ବାଟ 

ଘରୁ ବାହାରିଲେ ଗେଏଟରେ ଚାଲା ,

ପଶିଲେ ବନ୍ଦ କବାଟ ।


ହଜାର ବର୍ଷର ପୁରୁଣା କଟକ 

ସଂସ୍କୃତି ତା ଭାଇଚାରା ,

ସବୁରି ମୁହଁରେ ଗୋଟିଏ ସ୍ଲୋଗାନ

ଆମେ କଟକିଆ ପରା ।


Rate this content
Log in

Similar oriya poem from Inspirational