ଭାଇ
ଭାଇ
ଭାଇ ଜୀବନ ସ୍ରୋତ ର ଏକ
ଆଶା ଭରସା ପୂର୍ଣ୍ଣ ନଉକା,
ଭାଇ ଜୀବନ ଯାତ୍ରାର ଏକ
ଅଭୟ କବଚ ଘେରା ସୁରକ୍ଷା।
ଭାଇ ମମତ୍ୱ ଅନୁରାଗ ର
ଶୁଶୀତଳ ମଳୟର ପରଶ,
ଭାଇ ସମ୍ପର୍କର ସର୍ବଶ୍ରେଷ୍ଠ
ସ୍ବର୍ଗ ଧାରା ଅମିୟ ପିୟୁଷ ।
ଆବେଗ
ଭଉଣୀର ପରିଧି ରେ
ଭାଇ ଅଟେ
ଏଭେରେଷ୍ଟ ଶୃଙ୍ଗ,
ଭାଇ ପାଶେ ରହିଥାଏ
ଭଉଣୀର
ସମସ୍ତ ଆବେଗ।
ଆଖିର ପଲକ ପରି
ଭାଇଥାଏ
ଭଉଣୀର ହୃଦେ,
ସାମ୍ନାସାମ୍ନି ଦେଖାହେଲେ
ସତେ ଅବା
ଥାନ୍ତି ମତଭେଦେ।
ପ୍ରତିଟି ନିଃଶ୍ୱାସରେ
ଭଉଣୀ
ମଙ୍ଗଳ ମନାସେ,
କେତେ ଦୁଃଖେ ଥିଲେ
ଭାଇ ଆଗେ
ସଦା ହସ ହସେ।
ବିଶ୍ଵାସ"
ବିଶ୍ଵାସ ତ ନଭଶ୍ଚୁମ୍ଭି
କୋଟିଏ ରେ
ଗୋଟିଏ ସେ ହେଉ,
ଜଟିଳ ଏ ଦୁନିଆର
ଅଙ୍କାବଙ୍କା
ରାସ୍ତା ପାର ହେଉ।
ଆଦର୍ଶ ଭାଇ ନ ହେଉ
ଆଦର୍ଶର
ମଣିଷ ଟେ ହେଉ,
ମୋ ପରି କେତେ ଭଉଣୀ
ସୁରକ୍ଷାର
ଢାଲ ସାଜି ରହୁ।
ଆତ୍ମବିଶ୍ବାସ ର ଅଗ୍ନି
ପ୍ରଜ୍ବଳିତ
ଚକ୍ଷୁ ମଧ୍ୟେ ଥାଉ,
ସଦା ସୁସ୍ଥ ଶରୀରଟେ
ଭଗବାନ
ଦାନ ରୂପେ ଦେଉ।
ସନ୍ତୋଷ
ମୋ ଭାଇ କୋହେନୂର ହୀରା
ଠାରୁ ବି ଅଧିକ,
ମୋ ଭାଇ ଅସାଧାରଣ ବି
ବଳିଷ୍ଠ ବ୍ୟକ୍ତିତ୍ବ।
ତ୍ୟାଗରେ ସେ ଗଙ୍ଗାପୁତ୍ର
ବୀରରେ ଅର୍ଜୁନ,
ଧର୍ମରେ ସେ ଯୁଧିଷ୍ଠିର
ସହନେ ସେ କର୍ଣ୍ଣ।
ଜ୍ଞାନରେ ଏକଲବ୍ୟ ସେ
ସେବାରେ ଶ୍ରବଣ,
ସମସ୍ତଙ୍କ ପ୍ରୀୟପାତ୍ର
ଭଉଣୀ ମୁଁ ଧନ୍ୟ।
ସପନ
ମୋ ଭାଇ ସଦା ଖୁସି
ହୋଇ ରହିଥାଉ
ତା ରାସ୍ତାରୁ ସବୁ କଣ୍ଟା
ଅପସରି ଯାଉ।
ଭବିଷ୍ୟତ ଉଜ୍ଜ୍ୱଳ ତା
ହେଉ ସୂର୍ଯ୍ୟ ପରି
ପୂର୍ବ ପୁରୁଷ ଙ୍କ ନାମ
ତା ନାମେ ଉଚ୍ଚାରି।
ତାର ମନ ସଦା ବିଭୁ
ପ୍ରଫୁଲ୍ଲିତ ରଖୁ
ପାଣି ଫୋଟକା ଭଳିକା
ସବୁ ଦୁଃଖ ହଟୁ।
ସୁସ୍ଥ ମନ ଶରୀରରେ
ଜୀବନ ସଜାଡୁ,
ମୋର ଭାଗ୍ୟ ଖୁସି ପୁଷ୍ପ
ତା ରାସ୍ତାରେ ପଡୁ।
ଏମିତିକା ଭାଇ ମୋତେ
ଜନ୍ମେ ଜନ୍ମେ ମିଳୁ
ସ୍ନେହ ମମତା ର ଫଲ୍ଲଗୁ
ତା ହୃଦୟୁ ଝରୁ।
