STORYMIRROR

Ansuman Swain

Children

3  

Ansuman Swain

Children

ଭାଇ

ଭାଇ

1 min
213


ଏମିତି ଏକ ସୁନ୍ଦର ଶବ୍ଦ

     ତୁଣ୍ଡକୁ ସଦା ଲାଗଇ ଶୁଦ୍ଧ 

ଦୁଃଖ ,ସୁଖରେ ସିଏ ତ ସାଥି 

     ତାଙ୍କରି ପାଇଁ ମିଳଇ ଶାନ୍ତି 

ଶୀତ କାକର ବରଷା ଖରା 

   ସବୁ କ୍ଷେତ୍ରରେ ସିଏ ଆଶରା 

କାନ୍ଧରେ କାନ୍ଧ ସଦା ମିଳାଇ

    ଦୁଃଖ ,ଯନ୍ତ୍ରଣା ନିଅନ୍ତି ବୋହି

ସିଏ ମୋ ନାଥ ମୁଁ ତାଙ୍କ ଭକ୍ତ 

     ତାଙ୍କରି ଲାଗି ଦେଖେ ଜଗତ 

ସିଏ ମୋ ସ୍ୱର ମୁଁ ତାଙ୍କ ଗୀତ 

    ମନରେ ଖେଳେ କେତେ ଆନନ୍ଦ

ସିଏ ମୋ ଲୟ ମୁଁ ତାଙ୍କ ଭାବ 

    ତାଙ୍କରି ନାମେ ଆଜି ଗୌରବ 

ସିଏ ଶ୍ରାବଣ ମୁଁ ତାଙ୍କ ବର୍ଷା 

      ଦିଅନ୍ତି ନିତି ନୂତନ ଆଶା 

ନିଦାଘ ବେଳେ ସିଏ ମୋ ଛାଇ 

     ସବୁରି କ୍ଷେତ୍ରେ ମୋହରି ଭାଇ

ଦୁଇଟି ଦେହ ଗୋଟିଏ ମନ

     ହସୁଥାଏ ଏଠି ସାରା ଦିନ.....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Children