STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଭାଇ ତୁ ମୋ ଭାଇ

ଭାଇ ତୁ ମୋ ଭାଇ

1 min
182

ଭାଇ ତୁ ମୋ ଭାଇ

ତୋ ପରି ଆଉ କେହି ନାହିଁ

ବିପଦ ବେଳେ ପାଖରେ ଥାଉ

ତୋ ପରି କିଏ ହେବ ଆଉ

ତୁ ମୋ ପାଇଁ ସବୁ କରିଛୁ

ମୋ ମନ ଜାଣି ସବୁ ଦେଉଛୁ

ତୁ ଥିଲେ ପାଖରେ କିଛି ଲୋଡ଼ା ନାହିଁ

ଭାଇ ତୁ ମୋର ଭାଇ

ଲୋଭ କେବେ କରି ନାହୁଁ କିଛି

ଆମ ପରିବାର ପାଇଁ ତୋ ମନ ଅଛି

ବାପା ଙ୍କ ପାଇଁ ସବୁ କରିଲୁ

ବିପଦ ବେଳେ ସାହା ତୁ ହେଲୁ

ଭଉଣୀ ମନ ଜାଣି ସବୁ ଦେଉଛୁ

ଆମ ଖୁସି ଦେଖି ତୁ ହସୁଛୁ

ତ୍ୟାଗ ବଳି ଦାନ ସବୁ କରିଲୁ

ଆମ ସୁଖ ଦୁଃଖର ସାଥି ହୋଇଲୁ

ଈଶ୍ୱର ତୋତେ ହୁଅନ୍ତୁ ସହାୟ

ଧର୍ମ କର୍ମ ରେ ଥାଉ ତୋ ଲୟ

ତୁ ଦୀର୍ଘାୟୁ ହୋଇ ସଦା ରହିବୁ

ପିତା ମାତାଙ୍କ ଆଶିଷ ସଦା ପାଇବୁ

ତୋ ପରି ଭାଇ ଥିଲେ କିଛି ଲୋଡ଼ା ନାହିଁ

ତୁ ରହିଛୁ ରହିବୁ କେବଳ ଆମରି ପାଇଁ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics