Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Akshayakumar Dash

Tragedy Inspirational Children

3  

Akshayakumar Dash

Tragedy Inspirational Children

ଭାଇ ଭଉଣୀ

ଭାଇ ଭଉଣୀ

1 min
317


ଶୁଣ କାହାଣୀ

ଭାଇଭଉଣୀ

ଗଲେଟି ଆମ୍ବ ତୋଳି

ଭାଇଟି ଛୋଟ

ଭଉଣୀ ବଡ

ଭାଇକୁ କାଖେ କୋଳି ।

ଆମ୍ବ ଗଛରୁ

ଭାଇ ପଛରୁ

ଆମ୍ବଗେ ଗଲା ଝଡି

ଭାଇକୁ ଆଣି

ଦେବାକୁ ଜାଣି

ଭଉଣୀ ଗଲା ପଡି ।

ଭାଇଟି ହସି

ତାଲିଟେ କସି

ଦୌଡ଼ି ଗଲା ଆଣି

ଭଉଣୀ କୁହେ

ଖାଆନା ରୁହେ

ଖଣ୍ଡିଆ ଥିବ ଜାଣି ।

ନମାନେ ଭାଇ

ଦେଲାଟି ଖାଇ

ଘୁରେଇ ଦେଲା ମୁଣ୍ଡ

ପଡିଲା ଭୂଇଁ

ଭଉଣୀ ଧାଇଁ

ପୋଛିଲା ଭାଇ ତୁଣ୍ଡ ।

ମାରିଛି ପୋକ

ଏମିତି ଭୋକ

ଦେଲୁ ତୁତାକୁ ଖାଇ

ମାରିବେ ମାଆ

ଦଇବ ସାହା

କିସ କହିବି ଯାଇଁ ?

ଭାଇକୁ ଧରି

ଦୁଃଖରେ ଫେରି

ମାଆ କୁଂ ସବୁକହି

କହିଲେ ମାଆ

ଠାକୁର ସାହା

କିଲାଭ ଝିଅ ରହି ।

ଆସିଲେ ବାପା

କିମ୍ପାଇଁ ଖପା

ଝିଅକୁ ଦିଅ ଗାଳି

ନୁହେଁ ତା ଦୋସ

ହେଉଛ ରୋଷ

ଭାଇ ମାରଇ ତାଳି ।


Rate this content
Log in