STORYMIRROR

BISWESWAR MAJHI

Classics

2  

BISWESWAR MAJHI

Classics

ଭାଇ ଭଉଣୀ ସମ୍ପର୍କର ଡୋର

ଭାଇ ଭଉଣୀ ସମ୍ପର୍କର ଡୋର

1 min
3.1K

ସୃଷ୍ଟିର ନିଆରା ସମ୍ପର୍କ ଭାଇ ଭଉଣୀ

ଜଣେ ଯୁବରାଜ ଆଉ ଜଣେ ଯୁବରାଣୀ ।

ମତେ ଭଲ ଲାଗିଲା ତ ଖାଇବ ଭଉଣୀ

ଭଉଣୀ ବି ସୁଝିଦେବ ସବୁ ଗଣି ଗଣି ।


ଜଗା ବଳିଆ ମଝିରେ ସୁଭଦ୍ରା ବସିଛି

ଓଡିଆ ଘରର ପରମ୍ପରା ସୁଚାଉଛି। 

ଭଉଣୀର ହାତ ନାହିଁ ଦୁଇ ପାଖେ ଭାଇ

ହାତ ଆଉ କିବା ଲୋଡା ଦେଉଛି ସୂଚାଇ ।


ରାକ୍ଷୀ ବାନ୍ଧେ ଭଉଣୀ ରଖିବା ରାକ୍ଷୀ ମାଣନ

ଟଙ୍କା ସୁନା ଶାଢୀ ନୁହେଁ ନଭାଙ୍ଗ ତା ସ୍ୱପ୍ନ। 

ଘରଣୀ ମୋହରେ ପଡି ନଭୁଲିବା ଭଉଣୀ

ଯିଏ ଯାହା ସ୍ଥାନେ ଭଉଣୀ ଅବା ଘରଣୀ। 


ଭଉଣୀ ଶାଶୁ ଘରକୁ ଦେହ ସିନା ଯାଏ

ମନଟା ଏରୁଣ୍ଡି ବନ୍ଧେ ବନ୍ଧା ପଡିଥାଏ ।

କେବେ ଫେରିବ ବୋଲି ସେ ସ୍ୱପ୍ନ ଦେଖୁଥାଏ

ସେଥିରୁ ବଞ୍ଚିତ କଲେ ରକତ ଝରାଏ। 


ରଜ ଦୋଳି ବନ୍ଧା ହେଲେ ଝୁଲି କଟମଟ

ପିନ୍ଧାଏ ଭାଇ ମୁଣ୍ଡରେ ସୁନାର ମୁକୁଟ। 

ଦୁହିତା ସେ ଦୁଇ ଘର ହିତରେ ବିଭକ୍ତ

ଭାଇ ଜିଉନ୍ତିଆ କରେ ଚିନ୍ତି ଭାଇ ହିତ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics