STORYMIRROR

BISWESWAR MAJHI

Inspirational

3  

BISWESWAR MAJHI

Inspirational

ଭାଇ ଭଉଣୀ କହ କାହାଣୀ

ଭାଇ ଭଉଣୀ କହ କାହାଣୀ

1 min
256

ଭାଇ ଭଉଣୀ ସମ୍ପର୍କ ସବୁଠାରୁ ମିଠା

କଳି ଗାଳି ମାଡମରା ଉଠୁ ପଛେ ଅଠା।

ଜଣକର ଅଭାବରେ ଅପୂର୍ଣ୍ଣ ସଂସାର

ହସ କାନ୍ଦ ଲୁହ ସ୍ନେହ ହୁଏ ଏକାକାର ।


ସମ୍ପର୍କ ଡୋରିରେ ଜୀବନ ଗୁଡିକୁ ଛାଡି

ଉଡାଇବା ଆମେ ଆକାଶ ଉଚ୍ଚରେ ଭିଡି ।

ବଡ ଭଉଣୀ ଯା ଅଛି ଅତି ଭାଗ୍ୟବାନ

ଦୁଇଟି ମାଆର ସ୍ନେହ ଆଦର ଯତନ ।


ଜଗା ବଳିଆ ସାଙ୍ଗରେ ସୁଭଦ୍ରା ଭଉଣୀ 

ରତ୍ନ ସିଂହାସନେ ଜନ ମନ ନିଏ କିଣି।

ସୁଭଦ୍ରା ଭଉଣୀ ସଦା ସୁରକ୍ଷିତ ଥାଉ

କଂସ ପରି ଭାଇ କା'ରେ ବିଧାତା ନ ଦେଉ।


ଚକୋଲୋଟଟିଏ ଏକା ପାଟିକୁ ନନେବ

ପକେଟରେ ଆଣି ତାକୁ ଆନକୁ ବାଣ୍ଟିବ।

କାଖ କୋଳ ସୁଖଦୁଃଖ ମାନ ଅଭିମାନ

ଭଉଣୀ ବିନା ଭାଇଟି ନାନା ହୀନିମାନ।


ଈଶ୍ୱର ସୃଷ୍ଟିରେ ଏହି ମଧୁର ସମ୍ପର୍କ

ମଧୁମୟ ରହୁ ସଦା ଦୂରେ ରହୁ ତର୍କ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational