STORYMIRROR

Sukanti Hotta

Inspirational

3  

Sukanti Hotta

Inspirational

ଭାଗ୍ୟ

ଭାଗ୍ୟ

1 min
207

ଜୀବନ ରଥର ଚକ ଆମରି

ସମୟ ହାତରେ ବନ୍ଧା

ସାରଥୀ ହାତରେ ଆମରି ଦଉଡି

ଦଉଡିରେ ଆମେ ଛନ୍ଦା ll


ସାରଥୀ ଚାଲଇ ଭାଗ୍ୟର ହାତରେ

ବିଧାତା ଦେଖନ୍ତି ଖେଳ

ବିଧାତାର ଖେଳ ବଡ଼ ବିଚିତ୍ର

ସଂସାର ଅଗାଧ ଜଳ ll


ଅଗାଧ ଜଳରେ ସର୍ବେ ଉବୁଟୁବୁ

କର୍ମମୟ ଏ ଜୀବନେ

ଦୟା କ୍ଷମା ପ୍ରେମ ସ୍ନେହ ଶ୍ରଦ୍ଧା ଭକ୍ତି

ବିତରିବା ସର୍ବ ଜନେ ll


ଦୁଃଖ ସୁଖର ମହାସମୁଦ୍ରଟି

ଚକ ପରି ଘୁରୁଥାଏ

ଦୁର୍ଲଭ ଏହି ମଣିଷ ଜୀବନ

ଭାଗ୍ୟ ସାଥେ ଚାଲୁଥାଏ ll


ଭାଗ୍ୟ ଆମରି କର୍ମ ହାତେ ବନ୍ଧା

ରଥ ଗଡିଗଡି ଯାଏ

ଅହିଁସାର ରଥ ଅକ୍ତିଆର କଲେ

ସୃଷ୍ଟିର ରକ୍ଷା ହୁଏ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational