Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sunanda Mohanty

Abstract Tragedy Thriller

3  

Sunanda Mohanty

Abstract Tragedy Thriller

ଭାଗ୍ୟ ଛିଙ୍କର ଛୁଙ୍କ

ଭାଗ୍ୟ ଛିଙ୍କର ଛୁଙ୍କ

1 min
181



ମିଶାଣ ଗୁଣନ ହରଣ ଫେଡାଣ ଅଙ୍କ

ପ୍ରାରବ୍ଧ କର୍ମଫଳ ଭୋଗ ମାନସାଙ୍କ

ଯୋତିଷ ଗଣନା ଜାଣିବାରେ ରଙ୍କ

କେବେ ଆଗ କେବେ ପଛ କେବେ ବାଙ୍କ ।

 ଶବ୍ଦ ଭିତରେ ଯୋଜନ ଜୋଜନ ଫାଙ୍କ

କର କପାଳ ହସ୍ତ ଗଣନାରେ ଲାଗେ ଜଙ୍କ 

କାଦୁଅରେ ପଶ ନପଶ ଖାଲି ପଙ୍କ

ଭାଗ୍ୟରେ ଥିଲେ ମିଳେ ତୋରାଣି ଟଙ୍କ ।

ଭାଗ୍ୟରେ ନଥିଲେ ଶୂନ୍ୟ ଜୀବନ ଅଙ୍କ

ଭାଗ୍ୟ ବିଧାତା ବିମୁଖ ତ ଘୋଟେ ନଅଙ୍କ

ଭାଗ୍ୟ ପ୍ରଦୀପ ପ୍ରଜ୍ଜ୍ୱୋଳିତ ମାଡେ ଡଙ୍କ

ଆଶୀର୍ବାଦ ମିଳେ ଭାଗ୍ୟ ର ଛୁଙ୍କ ।

ଭାଗ୍ୟରେ ନଥିଲେ ତୁଛାରେ ଛିଙ୍କ

ଛପଡା ଫାଡ଼ି ମିଳେ ଭାଗ୍ୟ ହେଲେ ଟ୍ରଙ୍କ

ଫାଲଗୁନ ରେ ଫୁଲର ମହକ ତାଙ୍କ

ଫଗୁଣରେ ଫୁଲେଇ ବାଙ୍କ ।

ପୂର୍ଣ୍ଣମୀରେ ଚାନ୍ଦର ଲାଜୁଆ ଛୁଙ୍କ

ମୌସୁମୀ ନେଇଆସେ ଆଷାଢ଼ୀ ଛିଙ୍କ

ଜଗା ହାତରେ ପଘା ଥାଇ

ଭାଗ୍ୟ ବିପର୍ଜୟ ରାତିରେ ନେଇଗଲେ ପଲଙ୍କ ।

କୃଷ୍ଣ ଭଗବାନ ଜାଣି ବି

ତାଙ୍କ ନାମେ କେତେ କଳଙ୍କ

ରାମ ବନବାସ ନଳ ଦମୟନ୍ତୀ କାଟିଲେ ଘାସ

ଭାଗ୍ୟ ଛିଙ୍କ ର ଏସବୁ ଛୁଙ୍କ ।।


Rate this content
Log in

Similar oriya poem from Abstract