STORYMIRROR

Ramakanta Swain

Drama

4  

Ramakanta Swain

Drama

ଭାବରେ ଭଗବାନ

ଭାବରେ ଭଗବାନ

1 min
324


ଯୁଗେ ଯୁଗେ ଏହି ବାର୍ତ୍ତା ଅଛି ରହି

କାଳିଆ ମୁକତି ପସରା

ମହାପ୍ରଭୁ ପାଦେ ଭକ୍ତି ପୂତ ହୃଦେ

ହୋଇଛି ଆଶିଷ ଆସରା

     

 ଗୋପାଳ

ଗୋପରେ ଗୋପିକା କଲ୍ଲୋଳ

ହୃଦୟ କମଳ କରୁଥାଇ ଖେଳ

ଭକତ ପରାଣ କମଳ ।୧।

ଶ୍ରୀମନ୍ଦିର ମଣି ପ୍ରଭୁ ଚକ୍ରପାଣି

କାଳିଆ କାଇଁଚ ମାଳିଆ

ପତିତ ପାବନ ଉଡାଇ କେତନ

ସ୍ୟନ୍ଦନେ ମୟୂର ଚୂଳିଆ

   

  କେଶବ

ସଅଳ ବାହୁଡ଼ି ଆସିବ

ଆଷାଢ ଦ୍ଵାଦଶୀ ଭକ୍ତ ହୃଦ ଶଶୀ

ବାହୁଡା ବିଜୟ କରିବ।୨।

କଣ୍ଟ ତିନି ଦିନ ଦେଇ ନାରାୟଣ

ରଥରେ କରିଲ ଗମନ

ଶ୍ରୀଗୁଣ୍ଡିଚା ଯାତ କରି ଜଗନ୍ନାଥ

କମଳା ହୃଦୟେ କଷଣ

    

 ମାଧବ

ହୃଦୟେ କଲ୍ଲୋଳ ହୋଇବ

ଫେରିଲେ ମନ୍ଦିର ଲକ୍ଷ୍ମୀ ହୃଦ ହାର

ରତନ ବେଦୀରେ ହସିବ ।୩।

ବିତିଲା ନବମ ଦିବସ ଦଶମ

ଦ୍ଵିତୀୟା ଆଷାଢ଼େ ଯାଇଛ

ଦ୍ଵାଦଶୀ ତିଥିରେ ବସିବ ରଥରେ

ହୃଦୟେ କପଟ ଭରିଛ

  

    ଶ୍ରୀହରି

ସଅଳ ଆସିବ ବାହାରି

ବାଇ ଠାକୁରାଣୀ ଭାରି ଅଭିମାନୀ

ରାଗିଲେ ନୁହନ୍ତି କାହାରି ।୪।

ରଥ ପଥ ସଜ ରଥରେ ବିରାଜ

ଚତୁର୍ଦ୍ଧା ମୂରତୀ ଶୋଭିତ

ପହଣ୍ଡିରେ ଥାଇ ମୋ'କଳା କହ୍ନେଇ

ଭକତ ହୃଦୟ ତୃପତ

    

 ଗୋବିନ୍ଦ

ଚଞ୍ଚଳା ହୃଦୟ କୁମୁଦ

ଆସିବ ବାହୁଡ଼ି ନନ୍ଦିଘୋଷ ଚଢି

ହରିବ ପତ୍ନୀଙ୍କ ବିଷାଦ।୫।

ହେଲେଣି ଚଞ୍ଚଳ ନୀଳାଦ୍ରି କମଳ

ବାହୁଡା ବିଜୟ ହୋଇବ

ଛନଛନ ମନ ମୁରଲୀ ମୋହନ

ସ୍ୟନ୍ଦନେ ସୁନ୍ଦର ଦିଶିବ

  

   ଶ୍ରୀପତି

ବାହୁଡି ଆସିବେ ଝଟତି

ଇନ୍ଦିରା ହୃଦୟ ହୋଇବେ ଉଦୟ

ବସିବେ ରତନ ଜଗତି ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama