ଭାବର ଠାକୁର
ଭାବର ଠାକୁର
ଭାବ ବିନୋଦିଆ ଠାକୁର
ଭାବକୁ ନିକଟ ଅଭାବକୁ ଦୂର
ଭକ୍ତ ଓ ଭକ୍ତି ପରସ୍ପର
ପରିପୂରକ ଓଁ ମନ୍ତର
ଜହ୍ନରେ ଦେଖୁଛି ଭାବାନ୍ତର
ଚତୁର୍ଦ୍ଧା ମୂରତି ହେବେ ରଥ ବାହାର
ଶହେ ଆଠ ଗରା ସୁନା ପୋଖରୀର
ଜଳ ଢାଳି କେବା ହେବ ପାର
ଚତୁର୍ଦ୍ଧାଙ୍କୁ ହେଲା ଜ୍ୱର
ପଟି ଦିଅଁ ଦର୍ଶନ ବେଭାର
ପନ୍ଦର ଦିନ ପରେ ନବଯୌବନ ତାଙ୍କର
ନନ୍ଦିଘୋଷ ତାଳଧ୍ଵଜ ଦେବଦଳନ ଉପର
ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଯିବେ ମାଉସୀଘର
ମଣିଷ ପରି ଆଚାର ବିଚାର କାରବାର
ସେପାଇଁ ହୁଏ ନବକଳେବର
ଜଗନ୍ନାଥ ଲୀଳାମୟ ଠାକୁର
ଅନ୍ତରେ ରହି ଅନ୍ତର ଭିତରେ ସମ୍ମୋହନ କର
ଯୋଡି ବେନି କର ଜଣାଏ ଛାମୁର
ରକ୍ଷାକାର ରକ୍ଷାକର ସୃଷ୍ଟି କରନାହିଁ ଛାରଖାର
ନିବେଦନ ତୁମ ହାତ ଗଢ଼ା ସୃଷ୍ଟି ଦୃଷ୍ଟି ଦିଅ ଏଥର ।
