STORYMIRROR

Kishore Nayak

Classics

3  

Kishore Nayak

Classics

ଭାବର ଠାକୁର

ଭାବର ଠାକୁର

1 min
105


ଭାବ ବିନୋଦିଆ

ଭାବର ଠାକୁର 

ତୁ ତ ଭାବରେ ହୋଇଛୁ ବନ୍ଧା 

ତୋ ପ୍ରେମ ରଜ୍ଜୁରେ 

ତୋ ଭାବ ଦଉଡ଼ିରେ 

ଏ ଜୀବନ ହୋଇଛି ଛନ୍ଦା ll

ଭାବରେ ଭାବରେ 

ତୋ ସାଥେ ଜଗାରେ 

ହୋଇଯାଏ ଭାବ ଦିଆନିଆ 

ଆହେ ଦୀନବନ୍ଧୁ 

ଜଗତର ବନ୍ଧୁ 

କଳାକଳେବର ନୀଳାଚଳିଆ ll

ଭାବନାରେ ଯେବେ 

ଆସିଯାଉ ତେବେ 

ଚାଲିଯାଉ ପୁଣି ଅପସରି 

ଆହେ ଭାବଗ୍ରାହୀ 

ଅଛୁ ପୁଣି ନାହିଁ 

କିଏ ବା ପାରିବ ତତେରେ ଧରି ll

ତୋ ପ୍ରେମ ବନ୍ଧନ 

ଯୋଗାଏ ଇନ୍ଧନ 

ଚାଲିବାକୁ ଏଇ ସଂସାର ପଥ

ତୋହରି ଆଦେଶେ 

ତୋହରି ନିର୍ଦେଶେ 

ଚାଲିଛି ଜଗାରେ ଏ ଜୀବନ ରଥ ll

ଏ କର୍ମ ଭୂମିରେ 

ତୋର ଭାବନାରେ 

ବିତୁ ମୋର ଦିନ ବିତୁ ଏ ରାତି 

ସକଳ ବନ୍ଧନ 

କରି ମୋର ଛିନ୍ନ 

ତୋ ରଙ୍ଗାପୟରେ ଦେ ରେ ମୁକ୍ତି ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics