STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ଭାବର ଠାକୁର ତୁମେ

ଭାବର ଠାକୁର ତୁମେ

1 min
3

  


ଭାବର ଠାକୁର ତୁମେ

         ଭାବରେ ବାନ୍ଧିଛ ସାରା ଦୁନିଆଁ 

ଭାବ ବିନୋଦିଆ ବୋଲି

      ଜଗତେ ଅଛି ତୁମର ଡାକ ନାଆଁ।


ତୁମେ ତ ଶ୍ରୀଜଗନ୍ନାଥ 

          ବଡ଼ ଠାକୁର ଅନାଥର ନାଥ,

ଚଳାଅ ଜୀବଙ୍କ ଜୀବନ ରଥ

          ତୁମେ ସବୁରି ନୟନର ପଥ।


ଅଗାଧ ଜଳରେ ଗଜ

         ଡାକିଲା ପଡିବାରୁ ତା' ସଂକଟ,

ଘୁଞ୍ଚାଇଲ ସେ ବିପଦ

      ଭାବରେ ହୋଇ ତୁମେ ଯେ ନିକଟ।


ଘୋର ବନେ ମୃଗୁଣୀ

           ଡାକିଲା ତୁମକୁ ସ୍ମରଣ କରି,

ମରଣ ମୁଖରୁ ତୁମେ

           ବଞ୍ଚାଇ ରଖିଲ ତାକୁ ‌ଉଦ୍ଧାରି।


ଜୀବର ଜୀବନ ତୁମେ

         ଏ ସଂସାର ତୁମରି ତ କିମିଆଁ,

ଭାବର ଠାକୁର ତୁମେ

         ଭାବରେ ବାନ୍ଧିଛ ସାରା ଦୁନିଆଁ।


ଦାସିଆ,ବନ୍ଧୁ ମହାନ୍ତି

          ଡାକ ଶୁଣି କଲ ତୁମେ କରୁଣା,

ଭକ୍ତ ସାଲବେଗ ଆଦି

          କାହାରି ଗୁହାରି କରିନ ଊଣା।


ଭଗତର ଲାଗି ତୁମେ

        ଯୁଗେ ଯୁଗେ ଅଛ ହେ ଭଗବାନ,

ତୁମ ପାଶେ ମୋର ଭାବ

         ଅଭାବ ଦୂରେଇ ରଖ ଜୀବନ।


ଉଡ଼େ ପତିତପାବନ

        ତୁମେ ହିଁ ରଖ ପ୍ରଭୁ ତୁମ ନାଆଁ,

ଭାବର ଠାକୁର ତୁମେ

        ଭାବରେ ବାନ୍ଧିଛ ସାରା ଦୁନିଆଁ।

          



Rate this content
Log in

Similar oriya poem from Abstract