STORYMIRROR

Tapaswini DashSarangi

Romance Classics Inspirational

3  

Tapaswini DashSarangi

Romance Classics Inspirational

ଭାବନାରୁ ଭାବପ୍ରବଣତା

ଭାବନାରୁ ଭାବପ୍ରବଣତା

1 min
246

ଭାବନା ବଉଦେ ଭାସୁଥିଲା ରାଧା

ଭାବୁଥିଲା କାହ୍ନା କଥା

ଶ୍ୟାମ ଭାବନାର ରାଣୀ ଆଉ କିଏ

ଜାଣି ହେଲା ମନ ବଥା।

ଭାବୁକତା ଯେତେ ଗାଢ଼ ହେଉଥିଲା

ଗାଢ଼ ହେଉଥିଲା ପ୍ରୀତି

ଗାଢ଼ତା ଭିତରେ ମଜ୍ଜି ଯାଇଥିଲା

ମତ୍ତ ହୋଇଥିଲା ମତି।

ଭାବପ୍ରବଣତା ଚିତ୍ତ କି ବୁଝୁଛି

ଶାଣିତ ବେଦନା ମାନ

ଶୟନେ ସପନେ ଜାଗରଣେ ସେ

ଭାବନାରେ କରେ ସ୍ନାନ।

ଭାବରେ ଅଭାବ କରିନି ପ୍ରେୟସୀ

ଭାବୁକ ହୋଇଛି ରହି

ଉଆଁସରେ ଆଶା କରିଛି ଚାନ୍ଦକୁ

ପାଗଳିନୀ ହେଲା ରାଈ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance