STORYMIRROR

Gourgopal Das

Fantasy Others

3  

Gourgopal Das

Fantasy Others

ଭାବନାରେ ରହିଗଲି

ଭାବନାରେ ରହିଗଲି

1 min
320

ଫେସବୁକରେ କବିତା ପଢି

   ଭାବିଲି ହେବି କବି

ସାଙ୍ଗ ସାଥୀଙ୍କ କମେଣ୍ଟ ଲାଇକ୍

    ସବୁ ଓଟାରି ନେବି।

ଭାବି ଚାଲିଲି ବିଷୟ ବସ୍ତୁ

   କୋଉଟା ହେବ ଫିଟ୍

ରାଜନୀତି ନାଁ ପ୍ରେମ କାହାଣୀ

   କରି ଚାଲିଲି ଲିଷ୍ଟ।

ଇତିହାସ କି ଶାସ୍ତ୍ର ପୁରାଣ

   କରିଲି କ୍ଯାନସେଲ୍

ଭାବି ଦେଖିଲି ପ୍ରେମ କାହାଣୀ

   ହୋଇବ ଖୁବ ସେଲ୍।

ସେପାଇଁ ଗୋଟେ ସୁନ୍ଦରୀଫଟୋ

    ନିହାତି ଦରକାର

ଗୁଗୁଲ୍ ସର୍ଚ୍ଚ   କରି ଚାଲିଲି

    ବାଜିଲା ରାତି ବାର।

ଏଇଟା ନେବି କି ସେଇଟା ନେବି

    ଚାଲିଲା କସରତ

ତେଣେ ଘରଣୀ ଡାକ ଦେଲେଣି

    ଥଣ୍ଡା ହେଲାଣି ଭାତ।

ହଁ ଯାଉଛି  ହେଇ ଯାଉଛି

    କହିଛି କେତେଥର

ତଥାପି ଫଟୋ ସିଲେକସନ

   ସରୁ ନ ଥିଲା ମୋର।

ସୁନ୍ଦରୀ ଫଟୋ ବାଛୁ ବାଛୁ ମୁଁ

   ନିଦ ଆସିଲା ଘାରି

ଧଅଡ କରି  ଖଟ ଉପରୁ

    ତଳକୁ ଗଲି ପଡି।

ମୋବାଇଲି ଟା ଛ ଖଣ୍ଡ ହୋଇ

   ପଡିଲା ଏଣେ ତେଣେ

ଘରଣୀ ରାଣୀ ସଂସ୍କୃତ ଶୁଣି

    ଲୁଚିଲି ଘର କୋଣେ।

ସେଇ ଦିନଠୁ କବିତା ଲେଖା

    ନିଶା ଯାଇଛି ଛାଡ଼ି

ଫେଏସବୁକ୍  ଅବା ଚାଟିଙ୍ଗି

    ମୋ ପାଖୁ ଯାଇଛି ଉଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy