STORYMIRROR

Gourgopal Das

Others

3  

Gourgopal Das

Others

ସାହିତ୍ୟ କେଉଁଠି ଗାଁ ରେ ନାଁ ସହରର

ସାହିତ୍ୟ କେଉଁଠି ଗାଁ ରେ ନାଁ ସହରର

1 min
178

ସାହିତ୍ୟ କୁ ଖୋଜୁଅଛ କିଆଁ

ଗାଁ ଅବା ସହରରେ

ଏହା ତ ରହିଛି ପୂରି

ଅତ୍ର ତତ୍ର ସର୍ବତ୍ର

ସହର ହେଉ କି ଗାଁ

ବିଲରେ ବଣରେ

ନଦୀ ଝରଣାରେ

ପକ୍ଷୀର କାକଳୀରେ

ଆକାଶରେ ବତାସରେ

ବାଛୁରୀର ଫକଫକ୍ ଡିଆଁ ରେ

ଅବୋଧ ଶିଶୁର କଅଁଳ ହସରେ

ଶୈଶବର ଦରୋଟି କଥାରେ

ପ୍ରେମିକ ପ୍ରେମିକାର ଉର୍ଦ୍ଧ୍ଵ ଉଡାଣରେ

ପ୍ରୌଢର ରୋଜଗାର ନିଶାରେ

ବୃଦ୍ଧର ଅଭିଜ୍ଞତା କୁ ନାପସନ୍ଦ 

କରୁଥିବା କ୍ଷୁବ୍ଧ ସନ୍ତାନର ଉକ୍ତି ରେ


ସାହିତ୍ୟ କୁ ଖୋଜି ବି ପାଇବ

ସରସୀର ନୀଳକଇଁ ଠାରେ

ବଗିଚାର ଫୁଲ ଆଉ

ପ୍ରଜାପତିର ମେଳରେ

ଦିଗବଳୟର ସୁଦୂର ପାହାଡରେ

ମିଞ୍ଜିମିଞ୍ଜି କରୁଥିବା ତାରା ଗହଣରେ

ଉଆଁସର ଘନ ଅନ୍ଧକାରେ

ସୂର୍ଯ୍ୟ ର ପ୍ରଭାତୀ କିରଣରେ...


ସବୁଜ ଘାସ ଗାଲିଚାରେ

ସାଧବ ବୋହୂର ଚାଲିରେ

କୀଟ ପତଙ୍ଗର ଡିଆଁରେ

ଦର୍ଦ୍ଦୁରର ରବରେ

ହଂସର ଚାଲିରେ

ଆଉ ଧୂ ଧୂ ଝାଞ୍ଜିରେ

ଶ୍ରାବଣ ବର୍ଷା ରେ

ଜାଡୁଆ ଶୀତରେ.....


ଗାଁ ଆଉ ସହର ବା

କେତେ ନିରେଖିବ

ଗାଁ ଏବେ ହେଲାଣି ସହର

ନାଁ ଅଛି ଭାଇଚାରା 

ନାଁ ଅଛି ସଂସ୍କୃତି?

ସବୁ ଏବେ ଏକାକାର

ଆଧୁନିକତାର ଦ୍ବାହିରେ

ଗାଁ ଏବେ ଲୁଚିଲାଣି 

କଫିନ୍ ଭିତରେ

ସାହିତ୍ୟ କୁ ଖୋଜ କିଆଁ

ଅଛି ସେ ଗାଁରେ ଅବା ସହରରେ ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍