STORYMIRROR

Gourgopal Das

Others

3  

Gourgopal Das

Others

କାହାକୁ ଖୋଜେ ଏ ମନ

କାହାକୁ ଖୋଜେ ଏ ମନ

1 min
220

କାହା ପାଇଁ ଏ ପ୍ରତୀକ୍ଷା

କାହା ପାଇଁ ଏତେ ଉଦବେଳନ

କାହାକୁ ଏ ମନ ଖୋଜେ

କାଲି ଆଜି ଅବା ପ୍ରତି କ୍ଷଣ।


ଏଇ ଅଛି ଏଇ ନାହିଁ

ଜୀବନ ତ ପାଣିର ଫୋଟକା

ସବୁ ଜାଣି କୁହ କିଆଁ

ଆଖି ତୁମ ହୁଅଇ ଜଳକା ।


ନିଦାଘ ଟା ଦାଉ ସାଧେ

କେବେ ଅବା କରିଦେବ ଭସ୍ମ

ପ୍ରତୀକ୍ଷାର ଅନ୍ତ ହେଉ

ସାର୍ଥକ ହେଉ ଏ ଜନମ।

..….ଗୌରଗୋପାଳ ଦାସ


Rate this content
Log in