STORYMIRROR

Gourgopal Das

Others

3  

Gourgopal Das

Others

ଅତୀତ ବର୍ତ୍ତମାନ ଭବିଷ୍ୟତ

ଅତୀତ ବର୍ତ୍ତମାନ ଭବିଷ୍ୟତ

1 min
469


ଜୀବନରେ ସିଏ ଥିଲା

ମୋ ପ୍ରଥମ ପ୍ରେମ

ଜାଣି ପାରୁ ନଥିଲି ମୁଁ

କି ବା ରାତି ଦିନ।

ଅଦିନିଆ ଝଡ଼ ପରେ

ଭାଙ୍ଗିଗଲା ନୀଡ଼

ସାଥି ପାଲଟିଲା ବର୍ଷା

ବସନ୍ତ ଓ ଜାଡ଼ ।


ଭୁଲିବାକୁ ଚେଷ୍ଟା କଲି

ତକିଆ ଭିଜାଇ

ଅଜାଣତେ କିଆଁ ଝରେ

ଶ୍ରାବଣର ନଈ ।

କାଠି କୁଟା ପତ୍ର ନେଇ

ବସା ମୁଁ ବାନ୍ଧିଛି

ସୁଖରେ ଦୁଃଖରେ ଏବେ

ଜୀବନ କଟୁଛି।


ଆସନ୍ତା କାଲି କୁ କିଏ

ଦେଖିଅଛି କୁହ

ଦୂରକୁ ଦେଖିବା ଏବେ

ଅତ୍ଯନ୍ତ ଦୁରୂହ।

ଅନାଗତ ସମୟକୁ

କରିଛି ଭରସା

ଭସା ବାଦଲ ହିଁ ମୋର

ଏକମାତ୍ର ଆଶା ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍