STORYMIRROR

Gourgopal Das

Others

3  

Gourgopal Das

Others

ପ୍ରଭୁ ହେ

ପ୍ରଭୁ ହେ

1 min
199

ପ୍ରଭୁ ହେ

ତୁମକୁ ସବୁ ତ ଜଣା

ଏ ଭବ ହାଟରେ ସରୁନି ପଥ ରେ

ସରୁନି ବି ବିକା କିଣା।


ତୁମରି ହାତରେ ମୁଁ ଏକ ଖେଳଣା

ନାଚୁଛି ତୁମରି ଆଦେଶରେ ସିନା

ସୁଖର ଦୁଃଖର ଆଶା ଭରସାର

କିଏ ଅଛି ତୁମ ବିନା.......

ପ୍ରଭୁ ହେ ମୁଁ ତୁମରି ହାତର ଖେଳଣା


ଏ ବିଶ୍ବ ସଂସାର ନଦୀ ପାରାବାର

ସୁରୁଜ ନକ୍ଷତ୍ର ବିଶାଳ ସାଗର

ଅଣୁ ପରମାଣୁ କୋଟି କୋଟି ପ୍ରାଣୀ

ତୁମରି ସିନା ସର୍ଜନା......

ପ୍ରଭୁହେ ମୁଁ ତୁମରି ହାତର ଖେଳଣା।


ଅପଲକ ତୁମ ଚକାଆଖି ଦୁଇ

ସେ ନେତ୍ର ଏ ସାରା ଦୁନିଆ ଦେଖଇ

ହେ ପରମ ପିତା ଆହେ ସୃଷ୍ଟିକର୍ତ୍ତା

ବିନତି କର ମୋ ଘେନା....…

ପ୍ରଭୁ ହେ ମୁଁ ତୁମରି ହାତର ଖେଳଣା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍