STORYMIRROR

Gourgopal Das

Others

3  

Gourgopal Das

Others

ଅଛିଣ୍ଡା ଗଣିତ

ଅଛିଣ୍ଡା ଗଣିତ

1 min
412


କିଏ ସେ ପାରିଛି ଗଣି

ଆକାଶର ତାରା

କିଏ ବା ମାପି ପାରିଛି

ବରଷାର ଧାରା।

କିଏ ସେ ଜାଣିଛି କୁହ

ଭବିଷ୍ୟତ ପଥ

କିଏ ସେ ଗଣିଛି କୁହ

ଅତୀତ ର ସୁଖ ଦୁଃଖ।

କିଏ ବା ଜାଣିଛି କାହା

ମନ ତଳ କଥା

କେହି କି ଜାଣିଛି କିଆଁ

ଜାଗେ ନିରବତା।

ସମୁଦ୍ରର ଊର୍ମି ପରି

କେତେ ଉଦବେଳନ

କାହିଁ ଶୁଭୁଥାଏ ତାର

ଗମ୍ଭୀର ଗର୍ଜନ।

କାହା ପାଇଁ ପାଟ ଛତା

ହାତୀ ଘୋଡା ଆହା

କା ପାଇଁ କି କଣ୍ଟକିତ

ପାଦେ କଣ୍ଟା ଥୁଆ ।

କିଏ ନିତି ଜଳି ଜଳି

ପାଲଟେ ପାଉଁଶ

ସବୁଥାଇ ନିଦ ନାହିଁ

ରାତି ଲାଗେ ବିଷ।

ଗଣୁଥାଏ କଷୁଥାଏ

ଅଛିଣ୍ଡା ଗଣିତ

ସରିନି ସରିବ ନାହିଁ

ଜୀବନର ଗୀତ।

ଅନୁଭବ କରି ପାର

ଏକାନ୍ତରେ ବସି

ଅଛିଣ୍ଡା ଗଣିତର କି

ହୁଏ କେବେ ଇତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍