STORYMIRROR

Gourgopal Das

Others

3  

Gourgopal Das

Others

ହେ ପ୍ରଭୁ

ହେ ପ୍ରଭୁ

1 min
641


ତୁମେ ତ ସକଳ ସୃଷ୍ଟିର ଆଧାର

ଭୂମିଠାରୁ ଭୂମା ଯାଏ

କି ଭାବେ ଭଜିବି କି ରସେ ମଜ୍ଜିବି

ମୁଁ ତ ଛାର ଜୀବଟିଏ ।


ଫୁଲରେ ପତ୍ର ରେ ନଦୀ ଝରଣାରେ

ସବୁଠି ତୁମର ଛୁଆଁ

ପକ୍ଷୀ କାକଳୀରେ ବନାନୀ ଭିତରେ

ଉଭା ତୁମେ ଚଉବାହା ।


ମଠ ମନ୍ଦିରରେ ଖୋଜୁନି ତୁମକୁ

ସର୍ବତ୍ର ବିରାଜ ତୁମେ

ମୋ ଅନ୍ତରେ ରହି ପଥ ଦିଅ କହି

ମୋ ଶେଷ ଯାଏ ଧରାଭୂମେ।


Rate this content
Log in