STORYMIRROR

Gourgopal Das

Others

3  

Gourgopal Das

Others

ଲୁଚକାଳି

ଲୁଚକାଳି

1 min
441

ଏମିତି ଖୋଜା ଖୋଜି ଭିତରେ

ଗତି କରେ ଜୀବନର ଗାଡି

କେବେ ଲାଗେ କୌତୂହଳ

ପୁଣି କେବେ ବିଷ ହଳାହଳ

ଗାଡ଼ି କିନ୍ତୁ ଗଡୁଥାଏ

ଗୋଟେ ପରେ ଆଉ ଗୋଟେ

ଷ୍ଟେସନକୁ ଛାଡି।

ଖୋଜା ଲୋଡା ଛକା ପଞ୍ଝା

ହଜାଇ ପୁଣି ଖୋଜିବା

ଖୋଜା ଖୋଜି ଲୁଚକାଳି ଖେଳ

ହଁ ଆଉ ନାଁ

ଛୋଟ ଦୁଇ ଶବ୍ଦ ମଧ୍ଯେ

କଟିଯାଏ ସଞ୍ଜ ଠୁ ସକାଳ।

ସ୍ଥିର ଲାଗେ ଏ ପୃଥିବୀ

ଗତି ଲାଗେ ସୂର୍ଯ୍ୟ ନକ୍ଷତ୍ର ର

ପ୍ରକୃତରେ କିଏ ଏଠି ବାଟଵଣା

ବୁଝୁ ବୁଝୁ ସରିଯାଏ ବେଳ ।

ଆସ ଆଜି ମିଟାଇବା

ରାଗ ରୁଷା ଅଭିମାନ

ମିଛ ଭାତ ତରକାରୀ ଖେଳ

ସତ୍ଯକୁ ପରଖି ନେବା

ଦୁହେଁ ପୁଣି ଏକ ହେବା

ସାକ୍ଷୀ ଥାଉ ଏ ସବୁଜ ପ୍ରାନ୍ତର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍