STORYMIRROR

Gourgopal Das

Others

3  

Gourgopal Das

Others

ଚାହୁଁଛି ନିର୍ବାଣ

ଚାହୁଁଛି ନିର୍ବାଣ

1 min
635


ମୁଁ ଯେବେ କହୁଥିଲି

ଚାଲିଗଲ ସିଧା ପଛ କରି

ଏବେ ବା ଶୁଣିବ କିସ

ସେ ସମୟ ଆସିବନି ଫେରି ।

ଅବଶ୍ୟ ତା ଲିପିବଦ୍ଧ

କରି ରଖିଥିଲି ଡାଏରୀରେ

ପଢୁଥିଲି ବାରବାର

ଭିଜୁଥିଲି ଲୁଣିଆ ଲୁହରେ।

ଡାଏରୀ ପୃଷ୍ଠା ବି ଭିଜି

ଏବେ ଏବେ ସାଜିଛି ଫସିଲ୍

ମୁଁ ବି ଅଥର୍ବ ଏବେ

କେମିତି ବା ଖୋଲିବି ଦଲିଲ୍?

ଫେରେନାହିଁ ଫେରିବନି

ଯାହା କିଛି ହୋଇଛି ଅତୀତ

ଥୁଣ୍ଟା ଏଇ ଗଛେ ପିକ

ଆସିବନି ଗାଇବାକୁ ଗୀତ।

ଫେରିଯାଅ ଫେରିଯାଅ

ମୁଁ ତ ଏବେ ଚାହୁଁଛି ନିର୍ବାଣ

ନୀରସ ବିରସ ମନ

ଶୁଣିବନି ଆଉ ବଂଶୀ ସ୍ବନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍