STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ଭାବନା

ଭାବନା

1 min
185


ମୁକୁଳିତ କେଶେ ମୁକ୍ତ ଆକାଶ ତଳ

ମୁକୁଳିତ କେଶେ ମୁକ୍ତ ଆକାଶ ତଳ

କିଆଁ ଯାଅ ଟୋକି"ଏହି ସଞ୍ଜଟା ବେଳେ ll


ପାଦେ ପିନ୍ଧିଦେଇ ଝୁମୁରି ପାଉଞ୍ଜି,

ଗଳେ ଗଳି ମୁକ୍ତା ଝାର

କଟି ନିତମ୍ବ କୁ , କମର ପଟା ଟେ,

କାଇଁଚ ମୁକୁତା ହାର ll


କ୍ରୁକୁଟି ରେ ଯୋଡି, ଗମ୍ଭାରୀ, ଡିମ୍ବିରି,

ଗୁନ୍ଥା ହୋଇ ସୋହେ ଛାତି

ନୟନରେ ବୋଳା, ଦିପ କାଳୀମାରେ,

ପଲକ ପଡିଲେ ରାତି ll


ନାଭି ତଳେ ଖୁଞ୍ଚା,ପଣତ ପବନେ,

ଥରି ଉଠେ ଫିରି ଫିରି

କଚାଡି ପଡ଼ଇ , ପାନ୍ଥ ଚୋରା ପ୍ରେମୀ,,

ଦେଖେ ଆଖି ଘୁରି ଘୁରି ll


ବାଙ୍କ ଓଠେ ବୋଳା, ରକ୍ତ ଜବା ତୋର

ଲେଲିହାନ କରେ ମନ

ସ୍ବପନେ ଦେଖାଈ, ନାନା ବର୍ଣ୍ଣ ଲୋଭା

ବିଭୋର କରୁ ତୁ ପ୍ରାଣ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract