STORYMIRROR

Prasanna Kumar Madala

Romance

3  

Prasanna Kumar Madala

Romance

ଭାବନା

ଭାବନା

1 min
12K

ତୁମ ପାଇଁ ଯଦି     ସାଜନ୍ତି ଚାମଚେ

ସୁଲଭ ସ୍ଵାଦିଷ୍ଟ ଚିନି

ଗୋରସରେ ଘୋଳି   ପିଇ ନେଇଥାନ୍ତ

ପାରି ନଥାନ୍ତ ବି ଚିହ୍ନି ।


ସେହି ମଧୁଚଖା      ଦୁଇ ଓଠଧାର

ଯାଉଥାନ୍ତା ଯେବେ ଲାଖି

ଭାବନାରେ ମୋର    ବିମ୍ବାଧରୀ ତୁମ

ଲାଲିମା ନିଅନ୍ତି ମାଖି ।


ତୁମ ଚଲାପଥେ    ପାହାଡ଼ଟେ ଭଳି

ହୋଇଥାନ୍ତି ଯଦି ଠିଆ

ଚଢ଼ି ଯାଇଥାନ୍ତ    ଜାଣିଥାନ୍ତି କେତେ

କମ୍ପିଥାନ୍ତା ତୁମ ହିଆ ।


ଚଢ଼ିଯିବା ପରେ      ଉପରୁ ତଳକୁ

ଆସିଥାନ୍ତ ଯେବେ ଖସି

ସମତଳ ହୋଇ      ବିସ୍ତାରନ୍ତି ତୁମ

ପାଦତଳେ ହସି ହସି ।


ଇଚ୍ଛା ହୁଏ ତୁମ     ବାଟର କଡ଼ରେ

ଶିମିଳି ଗଛଟେ ହୋଇ

ଥକି ଯିବା ଦେଖି     ବିଛାଇ ଦିଅନ୍ତି 

ତୂଳାରେ ଯାଆନ୍ତ ଶୋଇ ।


କୋମଳ ଦେହର    ସୁଗନ୍ଧ ନେଇ ମୁଁ

ପବନେ ଯାଆନ୍ତି ଉଡ଼ି

ତୁମ ଘରପଛ      ରସାରେ ମିଶନ୍ତି

ଭାବନାରସରେ ବୁଡ଼ି ।


ତୁମରି ଆର୍ଦ୍ରତା     ଉଷ୍ମତା ପାଇ ତ

ଯାଇଥାନ୍ତି ଦିନେ ଫାଟି

ଅଙ୍କୁରିତ ହୋଇ      ବଢ଼ନ୍ତି ଚଞ୍ଚଳ

ଫଗୁଣେ ହସନ୍ତା ବାଟୀ ।


ଭାବନାରେ ମଜ୍ଜି   ଦିଶିଯାଏ ଯେବେ

ମୁକ୍ତକେଶା ତୁମ କାୟା

ଇଚ୍ଛା ହୁଏ ଟିକେ    ଶାନ୍ତିରେ ଶୁଅନ୍ତି

ଆବୋରି ଶୀତଳ ଛାୟା ।



Rate this content
Log in

Similar oriya poem from Romance