STORYMIRROR

Chiranjibi Sahoo

Fantasy

3  

Chiranjibi Sahoo

Fantasy

ଭାବନା ନଈରେ

ଭାବନା ନଈରେ

1 min
385

ନଈ ତାତି ଉଠେ ପାଣି ଫୁଲିଉଠେ

ବରଷାର ଆଗମାନେ

କବି ପ୍ରାଣ ମୋର ହୁଏ ଅମୋଦିତ

ଆଜି ଏ ଶୁଭ ଲଗନେ


ନଦ୍ୟ ତଟେ ବସି ଭାବୁକ ମୋ ମନ

କାହିଁ ବିଚରଣ କରେ

ପଲ୍ଲୀଠାରୁ ଦିଲ୍ଲୀ ଆମ୍ରଠାରୁ ମଲ୍ଲୀ

ଭାବେ ସନ୍ତରଣ କରେ


ଭସାଇ ନଉକା କଳ୍ପନା ନଈରେ

ନିଷୀଥିନ ଜାଗି ବିତେ

ନିଷ୍ପ୍ରାଣ ହୃଦୟ ସ୍ପନ୍ଦନେ ନୈରାଶ୍ୟ

ହଜିଯାଏ ବେଳ ସାଥେ


ପାହାନ୍ତି ସୂର୍ଯ୍ୟର ଅରୁଣିମା ସ୍ପର୍ଶେ

ନବ ପୁଲକ ଯେ ଖେଳେ

କଳ୍ପନା ନଈର କୋଳି ବଗିଚାରେ

ପ୍ରସାରଣାଗ୍ନି କୁହୁଳେ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy