STORYMIRROR

Anjana Naik,Anju..Deogarh

Abstract Fantasy

4  

Anjana Naik,Anju..Deogarh

Abstract Fantasy

ଭାବନା କିଛି କ୍ଷଣ ର

ଭାବନା କିଛି କ୍ଷଣ ର

1 min
312

ସୁବିଧାବାଦି ମୁଁ ନୁହେଁ......

ଯିଏ ଅଧା ବାଟରେ ହାତଛାଡ଼ି ଚ଼ାଲିଯିବି

ସମ୍ପର୍କର ପ୍ରତ୍ୟେକ ଖିଅ କାଟି 

ସବୁ ପ୍ରତିଶୃତି ଛିଣ୍ଡେଇ

କେବଳ ନିଜ ସ୍ବାର୍ଥ ହିଁ ଚିନ୍ତା କରିବି ।

ମୁଁ ତ ଅନିଦ୍ରା ଆଖିର ସ୍ବପ୍ନ ଟିଏ

ମୁଁ ତ କୁଆଁରୀ ରାତିର ଜହ୍ନ ଟିଏ

ମୁଁ ତ ତୃଷାର୍ତ୍ତର ଜଳବୁନ୍ଦା ଟିଏ

ମୁଁ ତ ପ୍ରକମ୍ପିତ ଓଠର ଅବ୍ୟକ୍ତ ଶବ୍ଦଟିଏ

ମୁଁ ତ ନିରୋଳା ରାତିର ମନ ଟିଏ

ମୁଁ ତ ଶୀତ ସକାଳର କାକର ବୁନ୍ଦାଟିଏ

ମୁଁ ତ ଚ଼ୋରାବସନ୍ତର ହଳଦୀବସନ୍ତ ଟିଏ

ମୁଁ ତ ବର୍ଷା ଋତୁର ଉଚ୍ଛୁଳା ନଈ ଟିଏ

ମୁଁ ତ ଅଳସୀ ଆଖିର ଅକୁହା ଭାଷାଟିଏ

ମୁଁ ତ ନିରୀହ ମନର ସୁପ୍ତ ଆଶା ଟିଏ

ମୁଁ ତ ସମୟର ସୁଅରେ ଭାସୁଥିବା ଶୁଖିଲା ପତ୍ର ଟିଏ

ମୁଁ ତ କ୍ଳାନ୍ତ ପଥିକର ପାନ୍ଥଶାଳା ଟିଏ

ମୁଁ ତ ବାଟୋଇର ମୂକ ସାଥି ଟିଏ !

ଯୋଉଠି ଯେତେବେଳେ ମୋ ମନରେ

କାହାର ଅବାଧ ଖିଆଲ ଭରି ଯାଉଥିଲା

ସେତେବେଳେ ମୁଁ ଏଇ ଆକାଶ ତଳେ

ନିରୋଳାରେ ପ୍ରତିଦିନ ନିଜେ ନିଜ ଭିତରେ

ନିଜକୁ ଖୋଜୁଥାଏ ଅନ୍ୟମନସ୍କତାରେ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract