STORYMIRROR

Ghanashyam Biswal

Abstract

2  

Ghanashyam Biswal

Abstract

ଭାବନା ଗଢ଼ିବା ଆସରେ

ଭାବନା ଗଢ଼ିବା ଆସରେ

1 min
2.7K

ମନରେ ତୁମର ଅଛି ଯେତେ ଛବି

ତୁଳି ଧରି ଆସ ଆଙ୍କିବା

ରାତିରେ ଦେଖିଛ ଯେତେ ବି ସପନ

ଆସ ମିଶି ପୁରା କରିବା


ଭୁଲିଯିବା ନିଦ ଶୋଇବାନି ଜମା

ହାଡ଼ଭଙ୍ଗା କାମ କରିବା

କଷ୍ଟ କରି ଆଉ ପରିଶ୍ରମ କରି

ଲକ୍ଷ୍ୟକୁ ହାସଲ କରିବା


ଶୋଇଥିଲେ କିଛି ପାଇବାନି ବାବୁ

ଭୋକରେ ଦୁଃଖରେ ମରିବା

ଅକାରଣେ କଷ୍ଟ ସହିବା କେତେରେ

ଦରିଦ୍ର ଜୀବନ ଜିଇଁବା


କଷ୍ଟ କଲେ ସିନା ସୁଫଳ ମିଳିବ

ବିପଦ ସହଜେ ମିଳେଇ ଯିବ

ଟିକେ ଟିକେ କରି କାମ କରୁଥିଲେ

ଶୁଭ ଦିନେ ସ୍ବପ୍ନ ପୂରଣ ହେବ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract