STORYMIRROR

Hitesh Mohapatra

Comedy Tragedy Classics

3  

Hitesh Mohapatra

Comedy Tragedy Classics

ଭାବି ଜୋଇଁ

ଭାବି ଜୋଇଁ

1 min
113

ଆସିଥିଲେ ଭାବି ଜୋଇଁ

ବଖାଣି ହେଲେ ନିଜ ଅନୁଭୂତି ଗୋଟିଏ ଗୋଟିଏ ହୋଇ

ସିଙ୍ଗଡା ସହ ବରା ଯେବେ ଖସୁଥିଲା ତଣ୍ଟି ତଳକୁ

ବାହାରୁଥିଲା ଓଜନିଆ ପ୍ରବଚନ ଧିରେ ଧିରେ ଉପରକୁ ।

ଚା ପରେ କଫି କଫି ପରେ ଚା

ଥରେ ଭି କହିଲେନି ଖାଇବାକୁ ନାହିଁ ତାଙ୍କ ଇଛା ।

ନିଜଘରେ ମୁଁ କୁଣିଆ ହୋଇ ବସିଲି ଖାଇବାକୁ

ମାଛ ବେସର ସହ ପାମ୍ପଡ଼ , ମିଳିଲା ୩ଟା କୁ ।

୫ ମିନଟ ପୂର୍ବରୁ ଜୁସ ଦେଇଥିଲି ପିବାକୁ

ଜୁସ ପି ପରିଶ୍ରା ଗଲେ ବୋଧେ ପେଟେ ଖାଇବାକୁ ।

ଯିବାକୁ ଇଚ୍ଛା ନଥିଲା ଭାବି ଜୋଇଁଙ୍କର

ସମ୍ଭାଳି ନପାରି କହିଲି ଏବେ ଆମେ ଯିବାର।

ନେବା ଆଣିବା ସାର ହେଲା

ପେଟ୍ରୋଲ ପଡିଲା ୫୦ ।

ବ୍ରାହ୍ମଣ କଥାରେ ପଡି

ହେଲା ବଡ଼ ଉପହାସ ।


Rate this content
Log in

Similar oriya poem from Comedy