ଭାବାନ୍ତର
ଭାବାନ୍ତର
ଯଦି ଶତ୍ରୁର ତାଲିକା
ପରିବାରରୁ ଆରମ୍ଭ
ପରିବାରରେ ଶେଷ,
ତେବେ, କାହିଁକି ପାଳିବି
ବିଶ୍ବ ପରିବାର ଦିବସ ।
ଯଦି ଦୁଃଖର ତାଲିକା
ପରିବାରରୁ ଆରମ୍ଭ
ପରିବାରରେ ଶେଷ,
ତେବେ, କିପରି ପାଳିବି
ବିଶ୍ବ ପରିବାର ଦିବସ ।
ଯଦି ଖୁସିର ତାଲିକା
ପରିବାରରୁ ଆରମ୍ଭ
ପରିବାରରେ ଶେଷ,
ତେବେ, କାହିଁକି ନ ପାଳିବି
ବିଶ୍ବ ପରିବାର ଦିବସ ।
ଯଦି ଜୀବନ ମାଲିକା
ପରିବାରରୁ ଆରମ୍ଭ
ପରିବାରରେ ଶେଷ,
ତେବେ, ଅବଶ୍ଯ ପାଳିବି
ବିଶ୍ବ ପରିବାର ଦିବସ।
