STORYMIRROR

Prasanna Rana

Abstract

3  

Prasanna Rana

Abstract

ଭାବାନ୍ତର

ଭାବାନ୍ତର

1 min
567

ଯଦି ଶତ୍ରୁର ତାଲିକା

ପରିବାରରୁ ଆରମ୍ଭ

ପରିବାରରେ ଶେଷ,

ତେବେ, କାହିଁକି ପାଳିବି

ବିଶ୍ବ ପରିବାର ଦିବସ ।


ଯଦି ଦୁଃଖର ତାଲିକା

ପରିବାରରୁ ଆରମ୍ଭ

ପରିବାରରେ ଶେଷ,

ତେବେ, କିପରି ପାଳିବି

ବିଶ୍ବ ପରିବାର ଦିବସ ।


ଯଦି ଖୁସିର ତାଲିକା

ପରିବାରରୁ ଆରମ୍ଭ

ପରିବାରରେ ଶେଷ,

ତେବେ, କାହିଁକି ନ ପାଳିବି

ବିଶ୍ବ ପରିବାର ଦିବସ ।


ଯଦି ଜୀବନ ମାଲିକା

ପରିବାରରୁ ଆରମ୍ଭ

ପରିବାରରେ ଶେଷ,

ତେବେ, ଅବଶ୍ଯ ପାଳିବି

ବିଶ୍ବ ପରିବାର ଦିବସ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract