STORYMIRROR

Ansuman Swain

Classics

3  

Ansuman Swain

Classics

ଭାବ ବିନୋଦିଆ

ଭାବ ବିନୋଦିଆ

1 min
139


ଭକ୍ତ ଭାବ ବିନୋଦିଆ ମୋ କଳା ଠାକୁର

          ତାଙ୍କରି ଆଶିଷେ ଏହି ସୁନାର ସଂସାର

ତାଙ୍କରି ସୃଷ୍ଟିରେ ନାହିଁ ଅନ୍ତର ପାନ୍ତର

   ଦୁଃଖ ହାରି ସିଏ ମୋର ଜଗତେ ସୁନ୍ଦର ।


ଭକ୍ତ ଭାବ ବିନୋଦିଆ ମୋ କଳା ଠାକୁର

          ତାଙ୍କରି ଆଶିଷେ ଏହି ସୁନାର ସଂସାର

ତାଙ୍କରି ବିଚାରେ ପରା ସଭିଏଁ ବିଭୋର

                  ସିଏତ ଅନନ୍ତ ମୟ ପ୍ରଭୁ ନିରନ୍ତର

ନିଳାଚଳେ ଥାଇ ମଧ୍ୟେ ରଖନ୍ତି ଖବର

          ବିଶ୍ୱ ବ୍ରହ୍ମାଣ୍ଡରେ ପରା ତାଙ୍କରି ସ୍ୱର ।


 ଭକ୍ତ ଭାବ ବିନୋଦିଆ ମୋ କଳା ଠାକୁର

                  ତାଙ୍କରି ଆଶିଷେ ଏହି ସୁନାର ସଂସାର

ଚାରି ଦିଗେ ଉଭା ଫୁଣି ମୋ ତିନି ଠାକୁର

                   ସିଏତ ଜଗତ କର୍ତ୍ତା ପ୍ରଭୁ ନିରାକାର

 ଦଶଟି ଯୁଗରେ ପ୍ରଭୁ ଦଶ ଅବତାର

               ତାଙ୍କରି କରୁଣା ଏଠି ଅନନ୍ତ ଅପାର ।


ଭକ୍ତ ଭାବ ବିନୋଦିଆ ମୋ କଳା ଠାକୁର

                ତାଙ୍କରି ଆଶିଷେ ଏହି ସୁନାର ସଂସାର

ସିଏ ଫୁଣି କଳାକାର ସିଏ ନାଟ୍ୟ କାର

            ସିଏତ ଦର୍ଶକ ଫୁଣି ସିଏ ସୂତ୍ର ଧର

ତାଙ୍କରି କଳା ବେସେ ଅତ୍ୟନ୍ତ ସୁନ୍ଦର

  ତାଙ୍କରି ପାଦ ପଦ୍ମେ ରହୁ ମସ୍ତକ ମୋହର ।

ଭକ୍ତ ଭାବ ବିନୋଦିଆ ମୋ କଳା ଠାକୁର

               ତାଙ୍କରି ଆଶିଷେ ଏହି ସୁନାର ସଂସାର



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics