STORYMIRROR

Suresh chandra Padhy

Classics

3  

Suresh chandra Padhy

Classics

ଭାବ ଭକ୍ତି

ଭାବ ଭକ୍ତି

1 min
419


ଭାବରେ ଭାବରେ ଭଜିବି ତତେରେ

ଭକ୍ତି ସାଗରରେ ବୁଡି ମୁଁ ଯିବିରେ

ଭାବରେ ଭାବରେ ଭଜିବି....(୧)


ସାଲବେଗ ଡାକ ତୁହି ଶୁଣିଥିଲୁ

ନନ୍ଦିଘୋଷେ ଥାଇ ଅପେକ୍ଷା କରିଲୁ

ସାଲବେଗ ପରି ମୁଁ ତତେରେ ଡାକୁଛି

ତୋ ପାଇଁ ଗାଉଛି ତୋ ପାଇଁରେ ନାଚୁଛି

ଭାବରେ ଭାବରେ ମନ ମୋ ନାଚେରେ

ଭକ୍ତିର ତାଳରେ ତୁଣ୍ଡ ମୋ ଗାଏରେ

ଭାବରେ ଭାବରେ ଭଜିବି ....(୨)


କରମା ବାଇ ତତେ ଖେଚୁଡ଼ିକୁ ଦେଲେ 

ତୋ ପାଇଁ ସବୁ ସେ ତ୍ୟାଗ କରିଥିଲେ

କରମାବାଇ ପାଇଁ ତୁହି ଆସିଥିଲୁ

କରମା ହାତରୁ ତୁ ନିଜେ ଖାଇଥିଲୁ

ଭାବରେ ଭାବରେ ଖୁଆଇ ଦେବିରେ

ଭକ୍ତି ନୈବେଦ୍ୟକୁ ବାଢ଼ି ମୁଁ ଦେଲିରେ

ଭାବରେ ଭାବରେ ଭଜିବି...


ବାଲି ଗାଁ ଦାସିଆ ତତେରେ ଝୁରିଲା

ନିଜ ହାତେ ସେତ ନଡିଆକୁ ଦେଲା

ଭକତର ମାନକୁ ତୁହି ରଖିଥିଲୁ

ଭକତ ନଡ଼ିଆକୁ ନିଜେ ନେଇଥିଲୁ

ଭାବରେ ଭାବରେ ହେବି ମୁ ତୋରରେ

ଭକ୍ତିର ଡୋରରେ ନେବୁ କିରେ ଥରେ

ଭାବରେ ଭାବରେ ଭଜିବି..।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics