STORYMIRROR

Aparti Charan Sethi

Abstract

4  

Aparti Charan Sethi

Abstract

ଭାବ ଅନୁଭୂତି

ଭାବ ଅନୁଭୂତି

1 min
311


ଜୀବନ ଅଛି ସମସ୍ୟା ଅଛି

   ଅଛି ବି ସମାଧାନ,

ସବୁରି ମୂଳେ କର୍ତ୍ତବ୍ୟ ବଡ   

   କର୍ମଟି ଭଗବାନ।

ବୃଥା ବ୍ଯସ୍ତରେ ଲାଭ ନାହିଁରେ

   ସମୟ ବଳବାନ,

ମାହେନ୍ଦ୍ର ଯୋଗ ଯେବେ ଆସିବ

   କାର୍ଯ୍ୟ ନିଶ୍ଚୟ ପୂର୍ଣ୍ଣ।

ଅପେକ୍ଷା ଫଳ ସର୍ବଦା ମିଠା 

   ଅସାର ବଚନ ଏ,

ସହନଶୀଳ ଧୈର୍ଯ୍ୟ ଶକତି

   ସାଧନା ପଥଟିଏ‌।

ତୁଟିଲେ ଧୈର୍ଯ୍ୟ ମିଳ‌ଇ କଷ୍ଟ

   ଦୁଃଖ କାରଣ କ୍ରୋଧ,

ଧୈର୍ଯ୍ୟ ଏମିତି ପ୍ରେମ ଅସ୍ତ୍ରଟି

    ଜିତାଏ ସର୍ବ ମନ।

ସବୁଠୁଁ ଭଲ ଔଷଧ ହସ

    ସକଳ ରୋଗ ହରେ,

ସବୁଠୁଁ ବଡ଼ ସମ୍ପତ୍ତି ବୁଦ୍ଧି

    ଦୁନିଆଁ କିଣି ପାରେ‌।

ବିଶ୍ଵାସ ଅଟେ ସୁରକ୍ଷା ଚାବି  

    ସଂସାର ହାଟେ ଭାଇ,

ବିନା ଟଙ୍କାରେ ସ୍ନେହ ଓ ଶ୍ରଦ୍ଧା

    ପ୍ରେମରେ ମିଳୁଥାଇ।

ମଧୁର କଥା କିଣ‌ଇ ମନ

    ଓଠେ ଫୁଟ‌ଇ ହସ,

କଟୁବାଣୀଟା କୋମଳ ହୃଦ

    କ‌ର‌ଇ ଜର୍ଜରିତ।

ଶିଶୁଟି ଯେହ୍ନେ ଚାହେଁନି ଅର୍ଥ

   ଚାହେଁ ମମତା ମାତ୍ର,

ସେଇଥି ପାଇଁ ତା' ଓଠ ହସ

    କିଣେ‌ ସବୁରି ଚିତ୍ତ।

ସୁଖ ଶାନ୍ତିର ଯେ ଅନୁଭୂତି

    ଭାବ ବନ୍ଧନ ପ୍ରୀତି,

ଅଭାବେ ଘୃଣା, ଦ୍ଵୈଷ ସଦୃଶ‌

    ଘୋଟ‌ଇ ଅମାରାତି‌।

ମମତା ସ୍ଵାଦ ଅମୃତ ସମ

   ମାଆ ପଣତ କାନି,

ଭାବ ଭକତି ଜୀବନେ ମୁକ୍ତି

    ଏହି ଅମୃତ ବାଣୀ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract