STORYMIRROR

Sangita Mishra Satapathy

Children

3  

Sangita Mishra Satapathy

Children

ବଗିଚା ବୁଲି ଯିବା

ବଗିଚା ବୁଲି ଯିବା

1 min
183


  ଆସରେ ଆସ ଟୁକୁନା କୁନା

   ବଗିଚା ବୁଲି ଯିବା

  ଫୁଲ,ଫଳ ଔଷଧ ଗଛ ଚିହ୍ନିବା

 ଏଇଟି ଦେଖ ତୁଳସୀ ଗଛ

  ଚଉରା ପୂଜାହୁଏ

ମହୁ ମିଶାଇ ପିଇଲେ ରସ

ଥଣ୍ଡା କାଶ ଭଲ ହୁଏ।୨।

ବେଲ ଗଛଟି ହେଇଟି ଦେଖ

ତିନି ଶାଖିଆ ପତ୍ର 

ଗୋଲମରିଚ ସାଥେ ଖାଇଲେ 

ପେଟ ରୋଗ ଭଲ ହେବ।୩।

ନିମ୍ବ ଗଛଟି ହୋଇଛି ଠିଆ

 ଫୁଲକୁ ତାର ଦେଖ

ପତର ବାଟି ପିଇଲେ ପରା

 କୃରୁମି ଦୂରାଇ ଯିବ।୪।

ଛୋଟିଆ ସିନାଦୁବ ଗଛଟି

   ଅଟଇ ଉପକାରୀ 

ନାକରୁ ରକ୍ତ ପଡିଲେ ପରା

ଖୋଜା ପଡଇ ଭାରି।୫।

ଆମ ପ୍ରକୃତି ସଜାଇ ଅଛି

 ଆମ ବୃକ୍ଷ ବନସ୍ପତି

ଜୀବନ ଆମ ପ୍ରକୃତି ଦାନ

 ମନେ ରଖ ଏ କଥାଟି।୬।


  



Rate this content
Log in

Similar oriya poem from Children